୯ ବର୍ଷ ପରେ ଚାର୍ଜ ଫ୍ରେମ୍ କଲେ ସିବିଆଇ କୋର୍ଟ

ଭୁବନେଶ୍ୱର ,୨୩।୯:   ୯ ବର୍ଷ ପରେ  ସିସୋର ଚିଟଫଣ୍ଡ ମାମଲାରେ ସିବିଆଇ କୋର୍ଟ ଚାର୍ଜ ଫ୍ରେମ କରିଛନ୍ତି । ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାମରେ ଏହି ଚାର୍ଜ ଫ୍ରେମ କରାଯାଇଛି । ଏଥିସହିତ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାମରେ ମଧ୍ୟ ଚାର୍ଜ ଫ୍ରେମ ହୋଇଥିବା ଜଣାପଡ଼ିଛି ।ଭୁବନେଶ୍ୱର ସିବିଆଇ-୧ କୋର୍ଟ ଏହି ଚାର୍ଜ ଫ୍ରେମ୍ କରିଛନ୍ତି । ବେଆଇନ ଅର୍ଥ କାରବାରକୁ ନେଇ ପ୍ରଭାତ ଓ ଲକ୍ଷ୍ମୀବିଳାସିନୀଙ୍କ ନାମରେ ଚାର୍ଜ ଫ୍ରେମ କରାଯାଇଛି । ଦଫା ୪୨୦, ୧୨୦ବି, ୪୦୯, ୪୬୭, ୪୬୮ ଓ ୪୭୧ରେ ଚାର୍ଜ ଫ୍ରେମ କରାଯାଇଥିବା ଜଣାପଡ଼ିଛି ।ପ୍ରଭାତଙ୍କ ବିରୋଧରେ ଥିବା ସିସୋର ଚିଟଫଣ୍ଡ ମାମଲା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରିବା ସହ ତାଙ୍କର ସମ୍ପତ୍ତି ବାଜ୍ୟାପ୍ତି କରିଥିଲା । ସିବିଆଇ ମାମଲା ରଦ୍ଦ ନେଇ ପ୍ରଭାତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ହାଇକୋର୍ଟ ସିବିଆଇ ମାମଲା ରଦ୍ଦ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ । ପ୍ରଭାତଙ୍କ ବିରୋଧରେ ବିଚାରାଧୀନ ଥିବା ମାମଲାର ଶୁଣାଣି ଏକ ବର୍ଷ ମଧ୍ୟରେ ଶେଷ କରିବାକୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କୁ ରାଜ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!