ଆଜି ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୯:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୪ ସେପ୍ଟେମ୍ବର)ରେ ଦେଶବାସୀଙ୍କୁ ୯ ବନ୍ଦେ ଭାରତ ଟ୍ରେନ ଉପହାର ଦେବେ। ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସଆରସି) ର ଦୁଇଟି ସେବା ସମେତ ମୋଦି ୯ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସରକାରୀ ବୟାନ ଅନୁଯାୟୀ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାଚିଗୁଡା-ଜସଓ୍ବନ୍ତପୁର ଏବଂ ବିଜୟୱାଡା- ଏମଜିଆର ଚେନ୍ନାଇ କେନ୍ଦ୍ରୀୟ ରୁଟ ମଧ୍ୟରେ ବନ୍ଦେ ଭାରତ ଟ୍ରେନ ସେବାକୁ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଅଂଶଗ୍ରହଣ କରିବେ।  ଏହି ମାର୍ଗରେ ଥିବା ଅନ୍ୟ ଟ୍ରେନ ତୁଳନାରେ କାଚେଗୁଡା-ଜସଓ୍ବନ୍ତପୁର ମଧ୍ୟରେ ବନ୍ଦେ ଭାରତ ଟ୍ରେନ ସେବା ଦୁଇ ସହର ମଧ୍ୟରେ ଦ୍ରୁତତମ ଟ୍ରେନ ହେବ। ଏଥିରେ ୫୩୦ ଯାତ୍ରୀଙ୍କ ବସିବାର କ୍ଷମତା ଅଛି। ବିଜୟୱାଡା – ଏମଜିଆର ଚେନ୍ନାଇ କେନ୍ଦ୍ରୀୟ ମାର୍ଗରେ ଟ୍ରେନ ଏହା ପ୍ରଥମ ଏବଂ ଦ୍ରୁତତମ ଟ୍ରେନ ହେବ। ଏହା ବ୍ୟତୀତ ପଶ୍ଚିମବଙ୍ଗ ପାଟନା-ହାଓ୍ବଡା ଏବଂ ରାଞ୍ଚି-ହାଓ୍ବଡା ମାର୍ଗରେ ଏବଂ ହାଓ୍ବଡା-କୋଲକାତାର ସଂଯୋଗ ସହର ମଧ୍ୟରେ ଆଉ ଦୁଇଟି ବନ୍ଦେ ଭାରତ ଟ୍ରେନ ସେବା ପାଇବ।

ଯେଉଁ ନୂଆ ଟ୍ରେନ୍ ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବ ସେଗୁଡ଼ିକ ହେଲା:

ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌

ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌

ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌

ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍‌

ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ

ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌

ରାଞ୍ଚି – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ ବୃଦ୍ଧି କରିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!