ଭୁୂବନେଶ୍ବର,୨୪।୯:କିଟ୍ ଇଞ୍ଜିନିୟରିଂ କଲେଜ ହଷ୍ଟେଲ୍ ଖାଦ୍ୟରୁ ବାହାରିଲା ମୃତ ବେଙ୍ଗ। ରାଜଧାନୀ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ଇଞ୍ଜିନିୟରିଂ କଲେଜ ହଷ୍ଟେଲ ଖାଦ୍ୟରୁ ମୃତ ବେଙ୍ଗ ବାହାରିବାକୁ ନେଇ ଉତ୍ତେଜନା। ହଷ୍ଟେଲର ଜଣେ ଛାତ୍ର ସୋଶାଲ୍ ମିଡିଆରେ ଫଟୋ ପୋଷ୍ଟ କରିବା ପରେ ସାମ୍ନାକୁ ଆସିଛି ଘଟଣା। ଜଣେ ଛାତ୍ର ସୋସିଆଲ ମିଡିଆ ‘X’ରେ ଏହି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ଛାତ୍ର ଜଣକ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ଏହି ଘଟଣା ଭୁବନେଶ୍ୱରର । ଭାରତର ଇଞ୍ଜିନିୟରିଂ କଲେଜ ମଧ୍ୟରେ ଏହି କଲେଜ୍ ୪୨ତମ ସ୍ଥାନରେ ରହିଛି । ଅଭିଭାବକମାନେ ନିଜ ପିଲାମାନଙ୍କୁ ଏଠାରେ ପାଠ ପଢ଼ାଇବା ପାଇଁ ପ୍ରାୟ ୧୭.୫ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ବୋଲି ସେ ଲେଖିଛନ୍ତି । ଜଣେ ଛାତ୍ର ଏକ୍ସ(ପୂର୍ବର ଟ୍ୱିଟର)ରେ ଖାଦ୍ୟରୁ ବାହାରିଥିବା ବେଙ୍ଗ ଫଟୋ ପୋଷ୍ଟ କରିଛନ୍ତି। ସେ ଏହି ପୋଷ୍ଟରେ ଲେଖିଛନ୍ତି, “ଖାଇବାରୁ ଏପରି ମୃତ ବେଙ୍ଗ ଦେଶର 42ତମ ସ୍ଥାନରେ ଥିବା KIIT ଇଞ୍ଜିନିୟରିଂ କଲେଜରୁ ବାହାରିଛି। ଅଭିଭାବକମାନେ ନିଜ ପିଲାମାନଙ୍କ ଡିଗ୍ରୀ ପାଇଁ ପ୍ରାୟ 17.5 ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଠାକୁ ପଠାନ୍ତି। କିନ୍ତୁ କଲେଜ ହଷ୍ଟେଲରେ ଏଭଳି ଖାଦ୍ୟ ପରିବେଷଣ କରାଯାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |