୯ଟି ବନ୍ଦେ. ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୯ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମଗ୍ର ଦେଶରେ ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ନିମିତ୍ତ ଏକ ସଂଗେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ସେହି ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ହେଉଛି –
(୧) ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌
(୨) ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌
(୩) ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌
(୪) ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍‌
(୫) ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌
(୬) କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ
(୭) ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌
(୮) ରାଞ୍ଚି – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌
(୯) ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ ବୃଦ୍ଧି କରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!