ଡ୍ରଗ୍ସ ମାମଲାରେ କଂଗ୍ରେସର ଜଣେ ବିଧାୟକ ଗିରଫ

ନୂଆଦିଲ୍ଲୀ,୨୮।୯: କଂଗ୍ରେସର ଜଣେ ବିଧାୟକ ଗିରଫ ହୋଇଛନ୍ତି । ଡ୍ରଗସ ମାମଲାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି । ଖୈରାଙ୍କ ଚଣ୍ଡିଗଡ଼ ସ୍ଥିତ ବାସଭବନରୁ ଗିରଫ କରିଛି ପୋଲିସର ଏକ ଟିମ୍। ଗିରଫ ପୂର୍ବରୁ ପୋଲିସ ଏବଂ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଆରେଷ୍ଟ ୱାରେଣ୍ଟ ଦେଖାଇବାକୁ କହିଥିଲେ ସୁଖପାଲ୍। ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।୨୦୧୫ର ନାର୍କୋଟିକ ଡ୍ରଗସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ (ଏନଡିପିଏସ) ଆକ୍ଟ ଆଧାରରେ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖେରାଙ୍କୁ ପଞ୍ଜାବ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଖେରାଙ୍କୁ ଜଲାଲବାଦ ପୋଲିସ ଆଜି ସକାଳୁ ଗିରଫ କରିଥିଲା । ସକାଳ ପାଖାପାଖି ୫ଟା ସମୟରେ ଚଣ୍ଡିଗଡ଼ ସ୍ଥିତ ସେକ୍ଟର-୫ରେ ତାଙ୍କୁ ପୋଲିସ ହେପାଜତକୁ ନେଇଥିଲା । ଖେରା କଂଗ୍ରେସର ଜଣେ ବରିଷ୍ଠ ବିଧାୟକ ହୋଇଥିବାରୁ ତାଙ୍କର ଗିରଫଦାରୀକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି । ଗତ ୨୦୧୫ ମସିହାରୁ ଖେରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା କରି ଆସୁଥିଲା । ଏହା ପୂର୍ବରୁ ଇଡି ଖେରାଙ୍କ ବାସଭବନରେ ଚଢ଼ାଉ କରିଥିଲା । ଖେରା ଏବେ ଭୋଲାଥ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ରହିଥିବା ବେଳେ ସେ କଂଗ୍ରେସର କିଷାନ ସେଲର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଅଟନ୍ତି । ବିଭିନ୍ନ ସମୟରେ ଖେରା ବିବାଦ ଘେରରେ ରହିଆସିଛନ୍ତି । ୨୦୧୫ରେ ଡ୍ରଗସ ତସ୍କରୀ ମାମଲାରେ ତାଙ୍କ ନାମରେ ମାମଲା ଦାୟର କରାଯାଇଥିଲା । ଫାଜିଲ୍କା କୋର୍ଟ କିଛି ଡ୍ରଗସ ତସ୍କରଙ୍କୁ ଗିରଫ କରିବା ପରେ ଖେରାଙ୍କୁ ସମନ କରିଥିଲେ । ପୋଲିସ ଗିରଫ କରିଥିବା ତସ୍କରଙ୍କଠାରୁ ୨ କେଜିର ହେରୋଇନ, ୨୪ଟି ଗୋଲ୍ଡ ବିସ୍କୁଟ, ଦୁଇଟି ପାକିସ୍ତାନ ସିିମ କାର୍ଡ ଓ ଗୋଟିଏ ଦେଶୀ ପିସ୍ତଲ ଜବତ କରାଯାଇଥିଲା । ନିଜର ପର୍ସନାଲ ସେକ୍ରେଟାରୀଙ୍କ ଫୋନରେ ଖେରା ତସ୍କରଙ୍କ କଥା ହୋଇଥିବା ଅଭିଯୋଗ ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!