ନୂଆଦିଲ୍ଲୀ,୨୮।୯ : ବିଶ୍ୱକୁ ମିଳିଲା ଅଷ୍ଟମ ମହାଦ୍ୱୀପ ।ପୃଥିବୀର ‘ଅଷ୍ଟମ ମହାଦେଶ’ର ସନ୍ଧାନ ମିଳିଛି । ଭୂବିଜ୍ଞାନୀ ଓ ଭୂକମ୍ପ ବିଜ୍ଞାନୀଙ୍କର ଏକ ଛୋଟ ଟିମ ଏନେଇ ଏକ ନୂଆ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ସମୁଦ୍ରର ୨ କିଲୋମିଟର ତଳୁ ଏହି ମହାଦେଶକୁ ଠାବ କରାଯାଇଥିବା ବେଳେ ପଥର ଚଟାଣର ତଥ୍ୟକୁ ଉପଯୋଗ କରି ବୈଜ୍ଞାନିକମାନେ ଏହି ସଫଳତା ହାସଲ କରିଛନ୍ତି । ୩୭୫ ବର୍ଷରୁ ଉଭାନ ଥିବା ଏହି ମହାଦ୍ୱୀପକୁ ସମୁଦ୍ର ତଳୁ ଖୋଜି କାଢ଼ିଛନ୍ତି ବୈଜ୍ଞାନିକ । ଭୂ ବୈଜ୍ଞାନିକଙ୍କ ଏକ ଟିମ୍ ସମୁଦ୍ରର ୨ କିଲୋମିଟର ତଳେ ଏହି ମହାଦ୍ୱୀପର ସନ୍ଧାନ କରିଛନ୍ତି । ଆଉ ଏହି ମହାଦ୍ୱୀପର ନାମ ଦିଆଯାଇଛି “ଜେଲାଣ୍ଡିଆ” । ୪.୯ ନିୟୁତ ବର୍ଗ କିଲୋମିଟରର ଏହି ବିଶାଳ ମହାଦ୍ୱୀପକୁ ଯିବା କିନ୍ତୁ ମଣିଷଙ୍କ ପାଇଁ ସମ୍ଭବ ନୁହେଁ |କାରଣ ଏହାର ୯୪ ପ୍ରତିଶତ ଅଞ୍ଚଳ ପାଣି ମଧ୍ୟରେ ରହିଛି । ଏହାର ସନ୍ଧାନ ପରେ ବିଶ୍ୱରେ ମହାଦ୍ୱୀପର ସଂଖ୍ୟା ୮କୁ ବୃଦ୍ଧି ପାଇଛି । ବୈଜ୍ଞାନକଙ୍କ ଅନୁସାରେ “ଜେଲାଣ୍ଡିଆ” ମହାଦ୍ୱୀପ ପାଖାପାଖି ୫୫୦ ନିୟୁତ ବର୍ଷ ପୂର୍ବେ ଗୋଣ୍ଡୱାନା ଭୂମିର ଅଂଶବିଶେଷ ଥିଲା । ତେବେ ଏହା କିପରି ପୃଥକ ହୋଇ ସମୁଦ୍ର ଗର୍ଭରେ ଲିନ ହେଲା ସେନେଇ ତଦନ୍ତ କରୁଛନ୍ତି ବୈଜ୍ଞାନିକ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |