ଭୁବନେଶ୍ୱର,୨୮।୯: ଆଜି ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ବିରୋଧୀ ଦଳଙ୍କର ହଙ୍ଗାମା ଆରମ୍ଭ ହୋଇଥିଲା । ଆଜି ବିଧାନସଭାରେ ମୌସୁମୀ ଅଧିବେଶନ । ଅଧିବେଶସନ ଆରମ୍ଭରୁ ସଭାଗୁହରେ ପୁଣି ହଙ୍ଗାମା ହୋଇଥିଲା । ଏନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ୫-ଟି ସଚିବଙ୍କ ଗସ୍ତକୁ ନେଇ ବିଧାନ ସଭାରେ ସରକାରଙ୍କ ଉପରେ ବିରୋଧୀଦଳର ନେତା ସିଧାସଳଖ ଆକ୍ରମଣ କରିଲେ । ଏପରିକି ସଭା ଗୃହର ମଧ୍ୟଭାଗକୁ ଆସି ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ ।ଏଭଳି ପରିସ୍ଥିତି ଦେଖି ବାଚସ୍ପତି ବାଧ୍ୟ ହୋଇ ବିଧାନସଭାକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ବୋଲି ଘୋଷଣା କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |