ବିଜୁ ସେତୁ  ଫଳକ ଭାଙ୍ଗିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା,୨୯।୯:ବିଜୁ ସେତୁ  ଫଳକ ଭାଙ୍ଗିଦେଲେ ଦୁର୍ବୃତ୍ତ|ଲୋକାର୍ପଣ ପୂର୍ବରୁ ବିଜୁ ସେତୁ   ଫଳକ ଭାଙ୍ଗିଦେଲେ। ଯେଉଁଥିପାଇଁ ଥାଟବାଟ ନେଇ ଯାଇଥିବା ମନ୍ତ୍ରୀ ଅଧା ବାଟରୁ ଫେରିଲେ। ଏପରି ଘଟଣା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଅପଦସ୍ତ ହେବାକୁ ପଡ଼ିଲା। ତେବେ କିଏ ଫଳକ ଭାଙ୍ଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।ମହାକାଳପଡା ବ୍ଲକ୍‌ ବତୀଘର ପଞ୍ଚାୟତ ନିପାଣିଆ ଖୋଳା ନାଳରେ ବିଜୁ ସେତୁ ନିର୍ମାଣ ହୋଇଥିଲା। ଆଜି ସେହି ସେତୁ ଲୋକାର୍ପିତ ହୋଇଥାଆନ୍ତା। ସେଥିପାଇଁ ଫଳକ ନିର୍ମାଣ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ସ୍ଥାନୀୟ ବିଧାୟକ ତଥା ସମବାୟ ଖାଦ୍ୟ ଯୋଗାଣ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିଜର ସମର୍ଥକଙ୍କ ସହ ନିପାଣିଆ ଅଭିମୁଖେ ବାହାରିଥିଲେ। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫଳକକୁ ଭାଙ୍ଗି ଦେଇଥିଲେ।ବ୍ରିଜ୍‌ ପାଖରେ ନିର୍ମାଣ ହୋଇଥିବା ଫଳକ ଭାଙ୍ଗି ହୋଇ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ମନ୍ତ୍ରୀ ଓ ତାଙ୍କ ସମର୍ଥକମାନେ ଜାଣିପାରି ଅଧ ବାଟରୁ ଫେରିଯାଇଛନ୍ତି। ତେବେ କିଏ ଫଳକ ଭାଙ୍ଗିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏହାକୁ ନେଇ ନାନା ଚର୍ଚ୍ଚା ହେଉଛି। ବିଜେଡି ଗୋଷ୍ଠୀ କନ୍ଦଳ ଯୋଗୁ ଫଳକ ଭଙ୍ଗା ଯାଇଥିବା କିଏ କହୁଥିବା ବେଳେ ଆଉ କିଏ କହୁଛନ୍ତି ସ୍ଥାନୀୟ କେହି ଦିର୍ବୃତ୍ତମାନେ ଭାଙ୍ଗିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!