ଭୁବନେଶ୍ୱର,୨୯।୯: ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଗହଳିପୂର୍ଣ୍ଣ ମାର୍କେଟ ୧ ନମ୍ବର ମାର୍କେଟ ଆଜିଠୁ ବନ୍ଦ ହୋଇଛି । ଭୁବନେଶ୍ୱରର ୧ ନମ୍ବର ହାଟର ସବୁ ଦୋକାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମାର୍କେଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ । ଦୈନିକ ହାଟ ବ୍ୟବସାୟୀ ସଂଘ ତରଫରୁ ହୋଇଥିବା ଦାବି ପୂରଣ ନ ହେବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ମାର୍କେଟ ବନ୍ଦ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି । ପାର୍କିଂ, ଡ୍ରେନେଜ ବ୍ୟବସ୍ଥା ସହିତ ଜବରଦଖଲ ଉଚ୍ଛେଦ ପାଇଁ ଦାବି କରିଥିଲା ରାଜଦାନୀ ଦୈନିକ ହାଟ ବ୍ୟବସାୟ ସଂଘ ।ଉଠା ଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ବିବାଦକୁ ନେଇ ମାର୍କେଟ୍ ବିଲ୍ଡିଂ ୧୭ ଦିନ ତାଲା ପଡ଼ିଥିଲା। ଏବେ ପାର୍କିଂ ସମସ୍ୟାକୁ ନେଇ ୧ ନଂ ହାଟ(ୟୁନିଟ୍-୧ ହାଟ)ରେ ଅନୁରୂପ ସ୍ଥିତି ଉପୁଜିବାକୁ ଯାଉଛି। ହାଟ ପାର୍ଶ୍ବ ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି। ତା’ଛଡ଼ା ଏଠାରେ ଥିବା ଭେଣ୍ଡିଂ ଜୋନ୍ ବ୍ୟବସାୟୀ ଓ ଉଠାଦୋକାନୀ ମଧ୍ୟ ସୀମା ଅତିକ୍ରମ କଲେଣି। ଯେତିକି ଜାଗା ବ୍ୟବହାର କରିବା କଥା, ତା’ ଠାରୁ ଅଧିକ ଜାଗାରେ ପସରା ମେଲୁଥିବାରୁ ରାସ୍ତା ଜାମ୍ ହେଉଛି। ଏହାକୁ ସୁବ୍ୟବସ୍ଥିତ କରିବା ପାଇଁ ବିଏମ୍ସି ସହ ଆଲୋଚନା ହୋଇଥିଲେ ମଧ୍ୟ କିଛି ଫଳ ହେଉନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |