ମେନକା ଗାନ୍ଧିଙ୍କ ଉପରେ ୧୦୦ କୋଟିର ମାନହାନୀ ମାମଲା ରୁଜ୍ଜୁ

ନୂଆଦିଲ୍ଲୀ,୨୯।୯: ପୂର୍ବତନ କେନ୍ଦ୍ରମନ୍ତୀ ତଥା ଭାଜପା ସାଂସଦ ମେନକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଛି । ଇସ୍କନ ପକ୍ଷରୁ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇମାନଙ୍କୁ ବିକ୍ରି କରୁଛି ବୋଲି କିଛିଦିନ ତଳେ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଇସ୍କନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହି ନୋଟିସ ପଠାଇଛି । ମେନକାଙ୍କ ଏହି ମନ୍ତବ୍ୟ ସାରା ବିଶ୍ବରେ ଥିବା କୃଷ୍ଣ ଭକ୍ତ, ଇସ୍କନ ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ଆଘାତ ଦେଇଛି ବୋଲି ଇସ୍କନ କହିଛି ।ଇସ୍କନ ବିରୋଧରେ ଦେଇଥିବା ବୟାନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କ ସମସ୍ୟା ବଢିପାରେ। ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧରମଣ ଦାସ କହିଛନ୍ତି ଯେ, ସେ ମନେକା ଗାନ୍ଧୀଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନିର ଦାବି କରିବେ। ଏ ସମ୍ପର୍କରେ ମନେକା ଗାନ୍ଧୀଙ୍କୁ ଏକ ନୋଟିସ ଜାରି କରାଯାଇଛି।ଇସ୍କନ ବିରୋଧରେ ମେନକା ଦେଇଥିବା ମନ୍ତବ୍ୟ ଥିବା ଏକ ଭିଡିଓ ନିକଟରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ମେନକା କହୁଥିବା ଶୁଣିବାକୁ ମିଳୁଛି ଯେ ବର୍ତ୍ତମାନ ଭାରତରେ ସବୁଠାରୁ ବଡ଼ ଠକ ହେଉଛି ଇସ୍କନ୍ । ସେ ଗୋ-ଆଶ୍ରୟସ୍ଥଳୀ ସ୍ଥାପନ କରିଥିଲେ, ଯେଉଁଥିପାଇଁ ତାଙ୍କୁ ସରକାରଙ୍କ ତରଫରୁ ଅଗଣିତ ସୁବିଧା ମିଳୁଛି। ସେମାନଙ୍କୁ ବଡ଼ ବଡ଼ ଜମି ମିଳୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!