ରତ୍ନଭଣ୍ଡାର ମରାମତି ମାମଲା; ଗଠନ ହେବ ଉଚ୍ଚସ୍ତରୀୟ କମିଟି

କଟକ,୨୯।୯: ଓଡ଼ିଶା ହାଇକୋର୍ଟରେ ଶୁକ୍ରବାର ଅପରାହ୍‌ଣରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ କହିଛନ୍ତି ଯେ, ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ। ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ଆଗାମୀ ୨ ମାସ ମଧ୍ୟରେ କମିଟି ଗଠନ କରାଯିବ। କମିଟି ଗଠନ ବେଳେ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିପାରିବେ। ଆବେଦନକାରୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ଏନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ରହିଛି । ଏ ନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି । ପୂର୍ବରୁ ASI ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ ଭିତର ଭଣ୍ଡାରର କାନ୍ଥରେ ଫାଟ ଥିବା, କାନ୍ଥ ଏବଂ ଛାତରୁ ପ୍ଳାଷ୍ଟର ଖସୁଥିବା ଉଲ୍ଲେଖ ରହିଥିଲା । ଚଟାଣ ସନ୍ତସନ୍ତିଆ ଥିବା ମଧ୍ୟ ସତ୍ୟପାଠରେ ଦର୍ଶାଯାଇଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।୨୦୧୮ରେ ଶେଷ ଥର ପାଇଁ ବାହାର ଭଣ୍ଡାର ଅନୁଧ୍ୟାନ ହୋଇଥିଲା । ସେତେବେଳେ ଛାତରୁ ପାଣି ଗଳୁଥିଲା ଓ ଚଟାଣରେ ପଥର ପଡ଼ିଥିଲା । ଏପରିକି କାନ୍ଥ ଭିତରୁ ଏକ ଫମ୍ଫସା ଶବ୍ଦ ମଧ୍ୟ ଶୁଭୁଥିଲା । ଏବେ ରତ୍ନଭଣ୍ଡାରରକୁ ମରାମତି କରିବାର ଆବଶ୍ୟକତା ରହିଛି । ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ମରାମତି କରାଯିବ ବୋଲି କହିଥିଲେ ASI ଅଧୀକ୍ଷକ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!