ନୂଆଦିଲ୍ଲୀ ,୩୦ା୯: ୨୦୨୪ରେ ଲୋକ ସଭା ଓ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ହେବନାହିଁ। ୨୦୨୯ରେ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ବୋଲି ଲ’ କମିଶନ ମତ ଦେଇଥିବା ସୂତ୍ରରୁ ଜଣାପଡ଼ିଛି। ‘ଏକ ଦେଶ ଏକ ନିର୍ବାଚନ’କୁ ନେଇ ବିତର୍କ ଜାରି ରହିଥିବାବେଳେ ଲ’ କମିଶନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ରିପୋର୍ଟ ପ୍ରକାଶ କରିପାରନ୍ତି। ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ଲାଗି ସରକାର ବିଚାର କରୁଛନ୍ତି । ଏପରିକି ୨୦୨୪ ଲୋକସଭା ନିର୍ବାଚନ ସମୟରେ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଇବା ଲାଗି ସରକାର ବିଚାର କରୁଥିବେଳେ ଏହା ସମ୍ଭବ ନୁହେଁ ବୋଲି ବିଧି ଆୟୋଗ ଅନୁମାନ କରିଛନ୍ତି ।ସବୁ ନିର୍ବାଚନକୁ ଏକାଥରକେ କରିବାକୁ ହେଲେ ସମ୍ବିଧାନ ସଂଶୋଧନ ଜରୁରୀ। ତେଣୁ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି କମିଶନ କହିଛନ୍ତି। ପ୍ରକାଶ ଯେ, ୨୦୨୨ ଡିସେମ୍ବରରେ ୨୨ତମ ଲ’ କମିଶନ ଏହା ଉପରେ ୬ଟି ପ୍ରଶ୍ନକୁ ନେଇ ଜାତୀୟ ଦଳଗୁଡ଼ିକ ସମେତ ବିଭିନ୍ନ ପକ୍ଷଙ୍କ ମତାମତ ଲୋଡ଼ିଥିଲେ। ପୂର୍ବରୁ ୨୦୧୮ରେ ୨୧ତମ ଲ’ କମିଶନ ଏକକାଳୀନ ନିର୍ବାଚନ ସମ୍ପର୍କିତ ଚିଠା ରିପୋର୍ଟ ଆଇନ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲେ। ଏହାଦ୍ୱାରା ନିର୍ବାଚନ ପରିଚାଳନା ବାବଦ ଖର୍ଚ୍ଚ ଏବଂ ପ୍ରଶାସନିକ ବୋଝ ହ୍ରାସ ହେବ ବୋଲି କମିଶନ ଦର୍ଶାଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |