ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାର୍ମଅଫ୍ ମ୍ୟାଚ୍

ନୂଆଦିଲ୍ଲୀ,୩୦ା୯  :  ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଆରମ୍ଭ ହୋଇଛି ଅଭ୍ୟାସ ମ୍ୟାଚ୍‌। ଅକ୍ଟୋବର ୫ରୁ ଆରମ୍ଭ ହେବ ଆଇସିସି କ୍ରିକେଟ ବିଶ୍ବକପ । ଚଳିତ ବିଶ୍ବକପ ଭାରତରେ ହେବାକୁ ଥିବାବେଳେ ଏଥିପାଇଁ ଏବେଠୁ ଦେଶରେ ଆରମ୍ଭ ହେଲାଣି କ୍ରିକେଟ୍‌ ଫିଭର । ଆଗାମୀ ୫୦ ଦିନ ଯାଏ ଭାରତରେ କ୍ରିକେଟ୍‌ ପର୍ବ ଜାରି ରହିବ ।  ଭାରତରେ ପହଞ୍ଚିବା ସହ ଅଭ୍ୟାସ ଆରମ୍ଭ କରିଛନ୍ତି ବିଭିନ୍ନ ଦଳ । ଶୁକ୍ରବାର ପାକିସ୍ତାନ-ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯାଇଥିବାବେଳେ ତିରୁଅନନ୍ତପୁରମରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିଲା। ଶନିବାର ଭାରତ ପ୍ରଥମ ଅଭ୍ୟାସ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଗୌହ୍ବାଟୀରେ ଖେଳିବ। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ଉକ୍ତ ଅଭ୍ୟାସ ମ୍ୟାଚରେ ପୂର୍ଣ୍ଣ ଏକାଦଶ ସହ ଓହ୍ଲାଇବା ନେଇ ଆଶା କରାଯାଉଛି। କାରଣ ୮​‌େ​‌ର ଭାରତ ବିଶ୍ବକପର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ବିଶ୍ବକପ ପୂର୍ବରୁ ଭାରତ ଏସିଆ କପ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ପରୀକ୍ଷାନିରୀକ୍ଷା କରିସାରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!