ଭୁବନେଶ୍ୱର,୩୦।୯: ରାଜଧାନୀରେ ହିଟ୍ ଆଣ୍ଡ ରନ୍ । ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା କାର। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି ।ପୋଲିସକୁ ଦେଖି ଧଉଳି ଦୟା ନଦୀ ନିକଟରେ କାର ଛାଡ଼ି ଚାଳକ ଫେରାର ହୋଇଯାଇଛି । ଶ୍ରମିକଙ୍କ ପରିଚୟ ମିଳିପାରି ନଥିବା ବେଳେ ପରିଚୟ ପାଇଁ ମୃତକଙ୍କ ଫଟୋ ସାର୍ବଜନୀନ କରିଛି ପୋଲିସ ।ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍। ଫୁଟ୍ପାଥ୍ରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ି ପଳାଇଲା କାର୍। ମୃତ ଶ୍ରମିକ ଜଣଙ୍କର ପରିଚୟ ମିଳିନାହିଁ। ଦିନ ସାରା ଆକ୍ରାନ୍ତ ପରିଶ୍ରମ କରି ଥକି ପଡ଼ିଥିଲା ଥିଲା ଶ୍ରମିକଟି। ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବାରୁ ନିଜର କ୍ରାନ୍ତ ମେଣ୍ଟାଇବା ପାଇଁ ରାଜମହଲ ଛକରେ ଥିବା ଫୁଟ୍ପାଥରେ ଶୋଇପଡ଼ିଥିଲା। ହଠାତ୍ ଏକ କାର୍ ଆସି ତା’ ଉପରେ ଚଢ଼ି ଯାଇଥିଲା। ପରେ ଘଟଣାସ୍ଥଳରୁ କାର୍ ନେଇ ଫେରାର ହୋଇଯାଇଥିଲା ଡ୍ରାଇଭର। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଶ୍ରମିକଟିର ମୃତ୍ୟୁ ଘଟିଥିଲା। ଗତକାଲି ବିଳମ୍ବିତ ରାତିର ଏହି ଘଟଣା ଘଟିଛି। ଫୁଟପାଥରେ କାର୍ ଚକାର ଦାଗ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |