ଭୁବନେଶ୍ୱର,୧।୧୦:ଗୋଟିଏ ରାତିରେ ତିନିଟି ମନ୍ଦିରରୁ ହୋଇଛି ଚୋରି। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ଅଞ୍ଚଳରେ ଘଟିଛି ଏହି ଘଟଣା।ଗତକାଲି ବିଳମ୍ବିତ ରାତିରେ ଏହି ଅଞ୍ଚଳରେ ଥିବା ବାସୁଳୀ ମନ୍ଦିର, ତାରିଣୀ ମନ୍ଦିର ଓ ମଙ୍ଗଳା ମନ୍ଦିରରୁ ଚୋରି ହୋଇଛି। ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ।ଆଜି ସକାଳେ ସ୍ଥାନୀୟ ଲୋକେ ମନ୍ଦିରଗୁଡ଼ିକର ଦ୍ୱାର ଖୋଲା ଥିବା ସହ ତାଲା ଭାଙ୍ଗି ତଳେ ପଡ଼ିଥିବାର ଦେଖି କମର୍ଦ୍ଦା ପୁଲିସକୁ ଖବର ଦେଇଥିଲେ। କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ଲୁଟେରାମାନଙ୍କୁ ଧରିବା ପାଇଁ ପୁଲିସ୍ ତଦନ୍ତ ଜାରି ରଖିଛି।ତାରିଣୀ ମନ୍ଦିରରେ ତାରିଣୀଙ୍କ ମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିବା ପୂଜକ ଆଶିଷ ପଣ୍ଡା କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |