ପୁରୀ,୧।୧୦: ଆସନ୍ତା ୩ରୁ ଆରମ୍ଭ ହେବ ଅନ୍ଲାଇନରେ ନାମ ପଞ୍ଜୀକରଣ|ହବିଷ୍ୟାଳୀ ମାନଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନା । ଏଣିକି ହବିଷ୍ୟାଳୀ ବ୍ରତ ପାଳନ ପାଇଁ ଅନ୍ଲାଇନରେ ହେବ ନାମ ପଞ୍ଜୀକରଣ । ଏ ବର୍ଷର ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ର ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ମୁଖ୍ୟତଃ ହବିଷ୍ୟାଳୀ ମାନଙ୍କ ରହଣି, ଶ୍ରୀଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଶ୍ରବଣ ସାଙ୍ଗକୁ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି। ଯେଉଁମାନେ ଏହି ଯୋଜନାରେ ଆସିବେ ସେମାନଙ୍କୁ ପ୍ରଥମେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି କୁହାଯାଇଛି ।ତେବେ ହବିଷ୍ୟାଳୀ ବ୍ରତ ପାଳନ ପାଇଁ ଆଗ୍ରହୀମାନେ ଅକ୍ଟୋବର ୩ରୁ ୨୦ ତାରିଖ ମଧ୍ୟରେ ଅନ୍ଲାଇନ ଲିଙ୍କ୍ https://edistrict.odisha.gov.in ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ। ନଚେତ୍ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଯଦି କେହି ଅଫ୍ଲାଇନରେ ଆବେଦନ ଦିଅନ୍ତି ତେବେ କାର୍ୟ୍ୟାଳୟ ପକ୍ଷରୁ ଏହାକୁ ଅନ୍ଲାଇନରେ ଆବେଦନ ବ୍ୟବସ୍ଥା କରାଯିବ। ତେବେ ଏହି ଯୋଜନା ସମ୍ପର୍କରେ ଅଧିକ କୌଣସି ସୂଚନା ପାଇଁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ (୯୬୯୨୭୨୦୫୯୪), ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (୯୪୩୭୩୦୨୬୧୮), ଜିଲ୍ଲା କ୍ରୀଡ଼ା ଅଧିକାରୀ (୭୭୩୫୫୧୭୪୮୨) ନମ୍ବରକୁ ମଧ୍ୟ ଯୋଗାଯୋଗ କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |