ମଝି ଚିଲିକାରେ ଫସିଲେ ୬୦ ଯାତ୍ରୀ; ଉଦ୍ଧାର କଲେ ମତ୍ସ୍ୟଜୀବୀ

ଭୁୁବନେଶ୍ୱର,୧।୧୦: ଚିଲିକା ଜଳରାଶିରେ ପୁଣି ଅଘଟଣ ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସଦାଦ ବ୍ଲକ ଅଧୀନ ସାତପଡ଼ା ଠାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଅପରାହ୍‌ଣରେ ଦୀର୍ଘ ଅଧଘଣ୍ଟା ପର୍ଯ୍ୟନ୍ତ ଫସିରହିଛି। ଫଳଳେ ଏଥିରେ ଥିବା ପ୍ରାୟ ୬୦ ଜଣ ଯାତ୍ରୀ ଜୀବନ ବିକଳରେ ଚିତ୍କାର କରିଛନ୍ତି। ପରେ ସେମାନଙ୍କୁ ୨ଟି ଡଙ୍ଗାରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି।ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫଶିରହିଛି । ଡଙ୍ଗାରେ ୬୦ରୁ ଅଧିକ ଯାତ୍ରୀ ଯାଉଥିବା ସୂଚନା ମିଳିଛି । ଏମାନେ ସମସ୍ତେ ପୁରୀ ସାତପଡାରୁ ଜହ୍ନିକୁଦ ଯାଉଥିଲେ ।ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଡଙ୍ଗାଟି ଫଶିି ରହିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ଘଟିଥିବା କୁହାଯାଉଛି । ଡଙ୍ଗାରେ ୨୫ରୁ ଅଧିକ ବାଇକ୍ ଥିବାର ସୂଚନା ମିଳିଛି । ଯାତ୍ରୀଙ୍କ ଉଦ୍ଧାର ନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବା ବେଳେ ସମସ୍ତ ଯାତ୍ରୀ ଉଦ୍ଧାର ଲାଗି ଆକୁଳ ନିବେଦନ କରିଛନ୍ତି ।ମିଳିଥିବା ସୂଚନା ଅନୁସାରେ ଏକ ଯାତ୍ରୀବାହୀ ଡଙ୍ଗା ପ୍ରାୟ ୬୦ ଜଣ ଯାତ୍ରୀ ଓ ୨୫ଟି ବାଇକ୍ ଧରି ସାତପଡାରୁ ଅପରାହ୍ନ ୪ ଟାରେ ଜହ୍ନିକୁଦ ଅଭିମୁଖେ ବାହାରିଥିଲା । ଡଙ୍‌ଗାଟି ସାଢେ ୪ଟା ସମୟରେ ମହିଷା ଗାଁ ତଳି ଚିଲିକା ମଝିରେ ହଠାତ୍ ଅଟକି ଯାଇଥିଲା । ଡଙ୍ଗାରେ ଥିବା ମେସିନ ବନ୍ଦ ହୋଇଯାଇଥିବାରୁ ଏପରି ହୋଇଥିଲା । ଡଙ୍ଗାରେ ଥିବା ଲୋକମାନଙ୍କ ଚିତ୍କାର ଶୁଣି ଚିଲିକାକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ସେଠାରେ ପହଞ୍ଚି ୨ ଟି ଡଙ୍ଗା ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!