ନୂଆଦିଲ୍ଲୀ,୧।୧୦:ଦେଶବ୍ୟାପୀ ଆଜି ମେଗା ସ୍ୱଚ୍ଛତା ଅଭିଯାନ ପାଳନ ହୋଇଛି। ଗାନ୍ଧୀ ଜୟନ୍ତୀ ପୂର୍ବରୁ ସାରା ଦେଶରେ ସ୍ବଚ୍ଛତା ଅଭିଯାନ । ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛ ଭାରତର ସ୍ବଚ୍ଛାଞ୍ଜଳି ଦେବାକୁ ପ୍ରଧାନମନ୍ତ୍ରୀ ଙ୍କ ଆହ୍ବାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସ୍ୱଚ୍ଛତା କର୍ମୀ ଅଙ୍କିତ ବାଇୟାନପୁରିଆଙ୍କ ସହିତ ସଫେଇ ଅଭିଯାନରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ। ଏହାସହ ଫିଟନେସ୍ ଉପରେ ଅଙ୍କିତଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଥିଲେ। ସର୍ବସାଧାରଣ ସ୍ଥାନରେ ଆଜି ସକାଳ ୧୦ଟାରୁ ୧୧ଟା ଯାଏ ଶ୍ରମଦାନ କରି ସଫେଇ କରିବାକୁ ମୋଦି ଆହ୍ୱାନ ଦେଇଥିଲେ। ଏହାକୁ ମାନି ରାସ୍ତାଘାଟ, ପାର୍କ, ନଦୀ, ହ୍ରଦ ଭଳି ସାଧାରଣ ସ୍ଥାନରେ ଲୋକେ ସଫେଇ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |