ନୂଆଦିଲ୍ଲୀ,୨।୧୦: ଆଜି ସମଗ୍ର ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ପାଳନ କରୁଛି। ଦିଲ୍ଲୀର ରାଜଘାଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବାପୁଙ୍କ ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ ବୋଲି ଆଜି ତାଙ୍କ ୧୫୪ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ଏହି ଅବସରରେ ଅନେକ ସେଲିବ୍ରିଟି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଛନ୍ତି। ସେହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଖେ ମଧ୍ୟ ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଅବସରରେ ଦେଶରେ ସ୍ବଚ୍ଛତା ଅଭିଯାନ ମଧ୍ୟ ଚାଲିଛି। ଆଜି ବିରୋଧୀ ଗାନ୍ଧୀ ଜୟନ୍ତୀ ଉପରେ ଏକ ବଡ ପ୍ରଦର୍ଶନ କରିବାକୁ ଯାଉଛନ୍ତି। ଗୋଟିଏ ପଟେ ମିଳିତ ମେଣ୍ଟ ଇଣ୍ଡିଆ ଆଜି ମୁମ୍ବାଇରେ ‘ମେନ ଭୀ ଗାନ୍ଧୀ’ ନାମକ ଏକ ଶାନ୍ତି ପଦଯାତ୍ରା କରିବ।‘ଏକ୍ସ୍’ କରି ପ୍ରଧାନମନ୍ତ୍ରୀ କହିଛନ୍ତି: ଗାନ୍ଧୀ ଜୟନ୍ତୀର ବିଶେଷ ଅବସରରେ ମୁଁ ମହାତ୍ମା ଗାନ୍ଧୀଙ୍କ ପ୍ରତି ପ୍ରଣିପାତ କରୁଛି। ତାଙ୍କର ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ। ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବୈଶ୍ବିକ ହୋଇଥିବାରୁ ତାହା ଏକତା ଓ ସହାନୁଭୂତି ପ୍ରାଣଚ୍ଛ୍ବାସକୁ ଆଗେଇ ନେବା ପାଇଁ ସମଗ୍ର ମାନବଜାତିକୁ ପ୍ରେରିତ କରୁଥିବ। ଆମେ ସଦାସର୍ବଦା ତାଙ୍କ ପରିକଳ୍ପନା ପରିପୂରଣ ପାଇଁ କାର୍ଯ୍ୟ କରିବା। ସାମଗ୍ରିକ ଏକତା ଓ ସହାବସ୍ଥାନ ନିମନ୍ତେ ତାଙ୍କ ପରିକଳ୍ପିତ ପରିବର୍ତ୍ତନର ଭାବଧାରାର ବାହାକ ହେବା ଲାଗି ପ୍ରତ୍ୟେକ ଯୁବା ସମର୍ଥ ହୁଅନ୍ତୁ|ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମାଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଲାଗି ଆଜି ସକାଳ ୭.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ପହଞ୍ଚିଥିଲେ।ତା’ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଜୟଘାଟକୁ ଯାଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ପ୍ରତି ମଧ୍ୟ ତାଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସେହିପରି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଦିଲ୍ଲୀ ଉପରାଜ୍ୟପାଳ ଭି. କେ. ସାକ୍ସେନା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ରାଜଘାଟରେ ଉପସ୍ଥିତ ହୋଇ ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |