ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍‌ ଚଳାଚଳକୁ ବିରୋଧ, ଧର୍ମଘଟ ଡାକରା

 କୋରାପୁଟ, ୨।୧୦: ରାଜ୍ୟରେ ଘରୋଇ ବସ ମାଲିକ ସଂଘର ବିରୋଧ ପ୍ରତିକ୍ରିୟା । ‘ଲକ୍ଷ୍ମୀ’ ଯୋଜନାକୁ ନେଇ ବସ ମାଲିକଙ୍କ ଧର୍ମଘଟ ଚାଲିଛି । ୨୪ ଘଣ୍ଟିଆ ବସ ବନ୍ଦର ଡାକରା ଦେଇଛନ୍ତି ଘରୋଇ ବସ ମାଲିକ ସଂଘ । ଏହି ଧର୍ମଘଟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଆଦି ସ୍ଥାନରେ ୨୪ ଘଣ୍ଟା ପାଇଁ ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲି କହିଛନ୍ତି ।ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍‌ ଚଳାଚଳକୁ ମାଲାକାନଗିରିରେ ବିରୋଧ କରାଯାଇଛି। ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ଆଜି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଛି। ଲକ୍ଷ୍ମୀ ବସ୍‌ ଚଳାଚଳକୁ ଅବିଭକ୍ତ କୋରାପୁଟ ଘରୋଇ ବସ୍ ମାଲିକ ସଂଘ ମଧ୍ୟ ବିରୋଧ କରିଛି। ଏହାକୁ ବିରୋଧ କରି ଅବିଭକ୍ତ କୋରାପୁଟରେ ଆଜି ବସ୍ ଧର୍ମଘଟ ଡାକରା ଦିଆଯାଇଛି।ଫଳରେ ମାଲକାନଗିରି ସମେତ ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁରରେ ବସ୍‌ ସେବା ପ୍ରଭାବିତ ହୋଇଛି । ୧୫ ବର୍ଷରୁ ଅଧିକ ସମୟର ବସ୍‌କୁ ପରମିଟ୍ ଦେବା ସହ ଲଷ୍ମୀ ଯୋଜନାରେ ଅନ୍ୟ ରାଜ୍ୟର ବସ୍‌କୁ ଲିଜ୍ ଦେବାକୁ ବିରୋଧ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!