ଡ୍ୟୁଟି ବେଳେ ମହିଳା ପୁଲିସ ଏଏସ୍‌ଆଇଙ୍କ ମୃତ୍ୟୁ

ଭୁବନେଶ୍ୱର, ୨।୧୦ :ଡ୍ୟୁଟି ବେଳ ହଠାତ୍‌ ଅସୁସ୍ଥ ଅନୁଭବ କରି ସବୁ ଦିନ ପାଇଁ ଆଖି ବୁଜିଛନ୍ତି ରାଉରକେଲା ଉଦିତନଗର ଥାନାର ଯୁବ ମହିଳା ଏଏସ୍‌ଆଇ। ମହିଳା ଏଏସ୍‌ଆଇ ଆଲିଶା ନର୍‌ମି ଲୁଗୁନଙ୍କର ଆଜି ଡ୍ୟୁଟି ବେଳେ ମୃତ୍ୟୁ ହୋଇଛି।ବସ୍‌-କାର ମଧ୍ୟରେ ଧକ୍କାକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳ ଓ ମାରପିଟ୍‌ ରୋକିବାକୁ ଯାଇଥିବାବେଳେ ଜନୈକ ମହିଳା ପୁଲିସ ଏଏସଆଇଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଉପଦ୍ରବକାରୀ ଦୁର୍ଘଟଣାଗ୍ରସ୍ତ ବସକୁ ଭଙ୍ଗାରୁଜା କରିବା ସହିତ ବସ ଚାଳକଙ୍କୁ ମାଡ଼ ମାରି ଲହୁଲୁହାଣ କରି ପକାଇଛନ୍ତି। ରାଉରକେଲା ମହାନଗର ନିଗମ ନିକଟ ରିଙ୍ଗ ରୋଡଠାରେ ଆଜି ସନ୍ଧ୍ୟାରେ ଗୋଟିଏ ସଡ଼କ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଯୋଗୁ ସେଠାରେ ଉତ୍ତେଜନା ଦେଖା ଯାଇଥିଲା। ଖବର ପାଇ ଉଦିତ ନଗର ଥାନାରେ କାର୍ଯ୍ୟରତ ମହିଳା ଏଏସ୍‌ଆଇ ଆଲିଶା ନରମି ଲୁଗୁନ ତୁରନ୍ତ ଘଟଣା ସ୍ଥଳକୁ ବାହାରି ଯାଇଥିଲେ।ତେବେ ସେଠାରେ ପହଞ୍ଚି ସେ ଭିଡ଼ ନିୟନ୍ତ୍ରଣ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ଏମିତି ଘଟିଲା?କାହିଁକି ତାଙ୍କ ମୁହଁରୁ ହଠାତ୍‌ ଫେଣ ବାହାରିଲା, ସେକଥା ସ୍ପଷ୍ଟ ହୋଇନାହିଁ। ଏବେ ଉଦିତ ନଗର ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!