‘ନ୍ୟୁଜ୍ କ୍ଲିକ୍’ର ସାମ୍ବାଦିକଙ୍କ ଘରେ ଦିଲ୍ଲୀ ପୁଲିସର ଚଢ଼ାଉ; ଫୋନ୍, ଲାପଟପ୍ ଜବତ

ନୂଆଦିଲ୍ଲୀ,୩/୧୦: ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ‘ନ୍ୟୁଜ୍ କ୍ଲିକ୍’ର ସାମ୍ବାଦିକଙ୍କ ଘରେ ଚଢ଼ାଉ କରିଛି। ସୂଚନାନୁସାରେ ଆଜି ସକାଳେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ନ୍ୟୁଜ୍ କ୍ଲିକ୍ ସହ ଜଡ଼ିତ ଲୋକଙ୍କ ଘରେ ସ୍ୱତନ୍ତ୍ର ସେଲ୍ ପହଞ୍ଚି ଛାନଭିନ୍ କରିଛି । ସାମ୍ବାଦିକ ଉର୍ମିଲେଶ, ଅନିନ୍ଦୋ ଏବଂ ଅଭିସାର ଶର୍ମାଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି। ସାମ୍ବାଦିକ ଅଭିଷର ଶର୍ମା ‘ଏକ୍ସ’ରେ ଲେଖିଛନ୍ତି ଦିଲ୍ଲୀ ପୁଲିସ ତାଙ୍କ ଘରେ ପହଞ୍ଚି ତାଙ୍କ ଲାପଟପ୍ ଓ ଫୋନ୍ ଛଡ଼ାଇ ନେଇଛି ।ପୁଲିସ ଯେଉଁ ସାମ୍ବାଦିକଙ୍କ ଘରେ ଚଢ଼ାଉ କରିଛି ସେମାନଙ୍କ ମଧ୍ୟରୁ ଅନେକଙ୍କ ଫୋନ୍ ଓ ଲାପଟପ୍ ଜବତ କରିଛି । ଆଉ କେତେକଙ୍କୁ ଥାନାକୁ ନିଆଯାଇଛି। ତେବେ ଦିଲ୍ଲୀ ପୁଲିସ ଏ ସମ୍ପର୍କରେ କୌଣସି ଔପଚାରିକ ସୂଚନା ଦେଇନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ‘ନ୍ୟୁଜ୍ କ୍ଲିକ୍’କୁ ଚୀନର ଫଣ୍ଡିଂ ଅଭିଯୋଗ ନେଇ ଏହି ଚଢ଼ାଉ କରାଯାଇଛି।ଉଲ୍ଲେଖଯୋଗ୍ୟ, ମୌସୁମୀ ଅଧିବେଶନ ବେଳେ ଲୋକସଭାରେ ବିଜେପି ସାଂସଦ ନିଶିକାନ୍ତ ଦୁବେ କଂଗ୍ରେସ ଚୀନ୍‌ର ସହାୟତା ନେଇଥିବା ଅଭିଯୋଗ କରିଥିଲେ । ଦି ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଆଧାରରେ ସେ ନ୍ୟୁଜ୍ କ୍ଲିକ୍ ମିଡିଆ ଇନଷ୍ଟିଚ୍ୟୁଟ୍ ବିରୋଧରେ ମଧ୍ୟ ଚୀନଠାରୁ ଆର୍ଥିକ ସହାୟତା ନେଉଥିବା ଅଭିଯୋଗ କରିଥିଲା । ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ମୁତାବକ ନ୍ୟୁଜ୍ କ୍ଲିକ୍ ଚୀନରୁ ୩୮ କୋଟି ଟଙ୍କା ପାଇଛି ଏବଂ ଏହି ଟଙ୍କା କିଛି ସାମ୍ବାଦିକ ବାଣ୍ଟି ନେଇଛନ୍ତି ବୋଲି ଦୁବେ ଅଭିଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!