ଆପ୍‌ ସାଂସଦ ସଂଜୟ ସିଂହଙ୍କ ଘରେ ଇଡି ରେଡ୍‌

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପହଞ୍ଚିଛି।    ଇଡି ଟିମ ଦ୍ୱାରା ଏଏପି ନେତାଙ୍କ ବାସଭବନରେ ସର୍ଚ୍ଚ ଅପରେଶନ ଚାଲିଛି। ସଞ୍ଜୟ ସିଂ ନିଜେ ଖବରଦାତାମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ଏହାପୂର୍ବରୁ ଚଳିତ ବର୍ଷ ମେ’ରେ ଇଡି ସଞ୍ଜୟ ସିଂଙ୍କ ଘରେ ଚଢାଉ କରିଥିଲା। ସେହି ସମୟରେ ତାଙ୍କ ସହଯୋଗୀଙ୍କ ଘର ଏବଂ କାର୍ଯ୍ୟାଳୟରେ ମଧ୍ୟ ସର୍ଚ୍ଚ ଅପରେଶନ କରାଯାଇଥିଲା।ସଞ୍ଜୟ ସିଂ କ୍ରମାଗତ ଭାବରେ ଇଡି ଏବଂ ସିବିଆଇକୁ ଟାର୍ଗେଟ୍‌ କରୁଥିବା ନଜର ଆସିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ତଦନ୍ତ ଏଜେନ୍ସି ମାଧ୍ୟମରେ ବିରୋଧୀଦଳର ନେତାମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!