ଜିଲ୍ଲା ଗଠନ ଦାବି ନେଇ ୧୨ ଘଣ୍ଟିଆ ଧର୍ମଗଡ ଉପଖଣ୍ଡ ବନ୍ଦ

ଧର୍ମଗଡ,।୧୦: ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବି କରି ଆଜି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧର୍ମଗଡ ଉପଖଣ୍ଡକୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ଧର୍ମଗଡ ଉପଖଣ୍ଡରେ ସଫଳ ହୋଇଛି l ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଗତ ଅଗଷ୍ଟ ମାସ ୨୮ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୭ ଦିନ ଧରି ଗଣଧାରଣା ଜାରି ରଖିବା ସହିତ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିଦିନ ବିଭିନ୍ନ ସଂଗଠନ ଗଣଧାରଣା ଦେବା ଏବଂ ଉପଜିଲ୍ଲାପାଳ, ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଦାବି ପତ୍ର ଦିଆଯାଇଛି l ଦୀର୍ଘ ୩୭ ଦିନର ଗଣଧାରଣା ପରେ ଆଜି ଧର୍ମଗଡ ଉପଖଣ୍ଡକୁ ବନ୍ଦ ଡାକରା ଦିଆଯାଇଛି l ଏହି ବନ୍ଦ ଡାକରାକୁ ଧର୍ମଗଡ ଉପଖଣ୍ଡର ଜୁନାଗଡ଼ ସହରାଞ୍ଚଳକୁ ବାଦ ଦେଲେ ସମସ୍ତ ୬ଟି ବ୍ଲକରେ ବନ୍ଦ ପାଳନ କରାଯାଇଛି l ଏହି ବନ୍ଦ ପାଳନରେ ବିଭିନ୍ନ ସାମାଜିକ ସଂଗଠନ, ସମସ୍ତ ରାଜନୈତିକ ଦଳ, ବଣିକ ସଂଗଠନ, ଓକିଲ ସଂଗଠନ, ସାମାଜିକ କାଯ୍ୟକର୍ତ୍ତାମାନେ ସାମିଲ ହୋଇ ଅଖ ଚକ ବନ୍ଦ କରିଛନ୍ତି। l ଏହି ବନ୍ଦ ପାଳନରେ ଜରୁରୀକାଳୀନ ସେବାକୁ ବାଦ ଦେଇ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ,ସ୍କୁଲ, କଲେଜ, ଅଖଚକ ସବୁ ବନ୍ଦ ହୋଇଛି।ଭବାନୀପାଟଣା – ଜୟପୁର ଏନଏଚ-୨୬, ନବରଙ୍ଗପୁର – ନୂଆପଡା ବିଜୁ ଏକ୍ସପ୍ରେସୱେ, ରାୟପୁର – ଜୁନାଗଡ଼ ଏନଏଚ୧୩୦ ସିର ସମସ୍ତ ରାସ୍ତାରେ ବେରିକେଟ କରି ଗାଡି ଚଳାଚଳ ବନ୍ଦ କରାଯାଇ ଜିଲ୍ଲା ଗଠନ ପାଇଁ ଦାବି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!