ଏସୀୟ କ୍ରୀଡ଼ାରେ ଚମକିଲେ ଓଡ଼ିଆ ପୁଅ

ନୂଆଦିଲ୍ଲୀ,୪/୧୦: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଏକାଦଶ ଦିବସ । ଚଳିତ ବର୍ଷ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ଦଶମ ଦିନରେ ଭାରତ ଦୁଇଟି ସ୍ୱର୍ଣ୍ଣ ସହିତ ୯ଟି ପଦକ ହାସଲ କରିଥିବା ବେଳେ ଆଜି ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା ୭୬ରେ ପହଞ୍ଚିଛି । ସେଥିମଧ୍ୟରେ ୧୬ଟି ସ୍ୱର୍ଣ୍ଣ, ୨୮ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ରହିଛି ।  ଏସିଆନ୍ ଗେମ୍ସରେ ପ୍ରଥମ ଓଡ଼ିଆ ଭାବେ ବ୍ୟକ୍ତିଗତ ଇଭେଣ୍ଟରେ ସିଲଭର ପଦକ ପାଇଛନ୍ତି ପୁରୀ ବ୍ରହ୍ମଗିରିର ଏହି ଆଥଲେଟ୍ । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ନିଜର ସ୍ୱତନ୍ତ୍ର ଛାପ ଛାଡିଥିବା କିଶୋର ଆଜି ଜାଭେଲିନ୍ ଥ୍ରୋ ଇଭେଣ୍ଟ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।ପ୍ରଥମ ପ୍ରୟାସରେ ସେ ୮୧ ଦଶମିକ ୨୬ ମିଟର, ଦ୍ୱିତୀୟରେ ୭୯ ଦଶମିକ ୭୬ ମିଟର ଜାଭେଲିନ୍ ଫିଙ୍ଗିଥିବା ବେଳେ ତୃତୀୟ ଉଦ୍ୟମରେ ୮୬ ଦଶମିକ ୭୭ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ଏହା ଥିଲା ତାଙ୍କର ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ତେବେ ଚତୁର୍ଥ ପ୍ରୟାସରେ ସେ ୮୭ ଦଶମିକ ୫୪ ମିଟର ଫିଙ୍ଗି ଏହି ରେକର୍ଡଙ୍କୁ ଭାଙ୍ଗିଥିଲେ କିଶୋର । ତେବେ ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ୮୮ ଦଶମିକ ୮୮ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!