ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଭଦ୍ରକ,୪।୧୦  : ସ୍କୁଲ ଖେଳ ଛୁଟି ସମୟରେ ଘଟିଲା ଅଘଟଣ। ରାସ୍ତା କାମର ଫଳକ ଖସି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧିନସ୍ଥ ଗଢିଆଳି ପଂଚାୟତ ଉଚ୍ଚପଦା ଗାଁରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ଏହାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି।ରାସ୍ତା କାମ  ପାଇଁ ଲାଗିଥିବା ଫଳକ ଖସି ଜଣେ  ଛାତ୍ରଙ୍କ ଉପରେ ପଡିବାରୁ ତାଙ୍କର  ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂସୁରି ଥାନା ଅଧିନସ୍ଥ ଗଢିଆଳି ପଂଚାୟତ ଉଚ୍ଚପଦା ଗାଁ ରେ ଏହି ଘଟଣା ଘଟିଛି ।ଛାତ୍ର ଜଣକ ହେଲେ  ଅସିତ ନାୟକ।ଗଢିଆଳି ପଂଚାୟତ ଉଚ୍ଚପଦା ଗାଁର ସୌଭାଗ୍ୟ ରଞ୍ଜନ ନାୟକଙ୍କ ପୁଅ ଅସିତ ନାୟକ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢୁଥିଲେ । ଖେଳ ଛୁଟି ସମୟ ରେ ସ୍କୁଲରେ ନିକଟରେ ଥିବା ବୁଢ଼ୀମା’ ଙ୍କ ନିକଟ କୁ ଯାଇଥିଲେ । ଏହି ସମୟ ରେ ରାସ୍ତା କାମ ପାଇଁ ଲାଗିଥିବା ଫଳକ ଅସିତଙ୍କ ଉପରେ ଖସି ପଡ଼ିଥିଲା । ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅସିତଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ସ୍କୁଲର ଶିକ୍ଷକ ଙ୍କ କହିବା କଥା ଯେ ସେ ତାଙ୍କ ବୁଢ଼ୀ ମା’ ଙ୍କ ନିକଟକୁ ଯାଇଥିଲେ ସେହି ସମୟ ରେ ଅଘଟଣ ଘଟିଛି । କିନ୍ତୁ ଛାତ୍ରଙ୍କ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!