ନବରଙ୍ଗପୁର(ମିହିର ଶଙ୍କର ପାତ୍ର,),୪/୧୦:-ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ, ବକୃତା, ସଙ୍ଗୀତ, ସୃଜନ ଲିଖନ, ଶ୍ରୁତଲିଖନ ଓ ହସ୍ତାକ୍ଷର, ମଧ୍ୟାନ୍ନ ଭୋଜନ ଆର୍ଟ ଓ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା | ବୋରିଗାଁ ଠାରେ ଉକ୍ତ କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପିଙ୍କି ଗୁପ୍ତା ପରିଚାଳନ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏବିଇଓ ଭଗବାନ ମାଝୀ ଯୋଗ ଦେଇଥିଲେ। ଏଭଳି ଅତିଥି ଭାବରେ ସୁକ୍ଷକ କେଶବ ଗୌଡ଼ ଜଗ ଦେଇଥିଲେ।ଆଜିର କାର୍ଯ୍ୟକ୍ରମରେ ବୋରିଗାଁ ଆଞ୍ଚଳିକ ସାଧନ କେଂନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ମାନେ ଯଥା ରଞ୍ଜିତ ଗୁପ୍ତା,କମଲୁ ପନକା,ରାଇସିଙ୍ଗ ପୂଜାରୀ,ନିଲମ ମାଝୀ,ଦଶରଥ ହରିଜନ,କାନୁ ଚରଣ ମହାରଣା,ସୁରେନ୍ଦ୍ରନାଥ ଜେନା,ଖଗପତି ପୂଜାରୀ,ଉଧବ ଖୁରା,ରଇନୁ ସୁନା,ପବିତ୍ର ଜେନା,ଲିପାଶୁ କୁମାର ଘଡେଇ,ଦୟନିଧି ଭତ୍ରା ଏବଂ ବିଦ୍ୟାଳୟର ସମସ୍ତ ଛତ୍ରଛାତ୍ରୀ ଉପସ୍ଥିତ ଥିଲେ|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |