ରାଜଧାନୀରେ ଦୁର୍ଗାପୂଜା ଲାଗି ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ବର,୬।୧୦: ଆସୁଛି ଦୁର୍ଗାପୂଜା  ।   ସମସ୍ତ ପୂଜା ଆୟୋଜକ କମିଟି ବି ପ୍ରସ୍ତୁତ । ଏବର୍ଷ ରାଜଧାନୀ ଭୁବନେଶ୍ୱରରେ ପୂଜା ପାଇବେ ୧୮୩ଟି ମୃଣ୍ମୟୀ ମୂର୍ତ୍ତି । ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଟ୍ରାଫିକ୍ ନିୟନ୍ତ୍ରଣ ଓ ଆଇନ୍ ଶୃଙ୍ଖଳା ପୋଲିସ ପାଇଁ ଚ୍ୟାଲେଞ୍ଜ୍ ପାଲଟିଛି । ଏବର୍ଷ ପୂଜା ପାଇଁ ନିୟମକୁ ସାମାନ୍ୟ କୋହଳ କରାଯାଇଛି। ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମିଳିଛି ଅନୁମତି । ଭସାଣି ବେଳେ ଭାଇବ୍ରେଟ୍ ମ୍ୟୁଜିକ ବ୍ୟବହାର ନକରିବାକୁ ଅନୁରୋଧ କରିଛନ୍ତି ପୋଲିସ କମିସନର।ଦୁର୍ଗାପୂଜା ପାଇଁ କମିସନରେଟ୍ ପୋଲିସ ପ୍ରସ୍ତୁତ ଅଛି । ପୂଜାକୁ କିପରି କ୍ରାଇମ-ଫ୍ରି କରାଯିବ ସେନେଇ ମଧ୍ୟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ସହର, ରାଜ୍ୟ ଓ ରାଜ୍ୟ ବାହାରର ଅପରାଧୀଙ୍କ ଉପରେ ନଜର ରଖିବା ସହ ଚୋରି ରୋକିବା ପାଇଁ ଗଳି ଗଳିରେ ପହରା ମାରିବ ପୋଲିସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!