ଆଜି ବାୟୁସେନା ଦିବସ , ଉନ୍ମୋଚିତ ହେଲା ନୂଆ ପ୍ରତୀକ

ନୂଆଦିଲ୍ଲୀ,୮।୧୦:ଆଜି ୯୧ ତମ ବାୟୁସେନା ଦିବସ। ଆଜିର ଦିନ ବାୟୁସେନା ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ଲିପିବଦ୍ଧ ହୋଇଛି। କାରଣ, ଆଜି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଭି.ଆର. ଚୌଧରୀ ବାୟୁସେନାର ନୂଆ ପ୍ରତୀକର ଉନ୍ମୋଚନ କରିଛନ୍ତି। ଭାରତୀୟ ବାୟୁସେନା ଏହି ଅବସରରେ ବାୟୁସେନାର ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ବାୟୁସେନା ମୁଖ୍ୟ ମାର୍ଶାଲ୍ ବିବେକ ରାମ ଚୌଧରୀ ପ୍ରତୀକ ଉନ୍ମୋଚନ କରିଛନ୍ତି। ପ୍ରୟାଗରାଜର ବମରଉଲି ବାୟୁସେନା ଷ୍ଟେସନରେ ପ୍ରତୀକର ଉନ୍ମଚନ କରିଛନ୍ତି ମାର୍ଶାଲ୍ ଚୌଧୁରୀ। ନୂଆ କରି ଉନ୍ମୋଚିତ ହୋଇଥିବା ପ୍ରତୀକରେ ହିମାଳୟୀ ଇଗଲକୁ ଘେରି ରହିଥିବା ହାଲୁକା ନୀଳ ରଙ୍ଗର ଏକ ରିଙ୍ଗ୍ ରହିଛି। ଏଥିରେ ଦେବାନଗରୀ ଅକ୍ଷରରେ “ଭାରତୀୟ ଭାୟୁ ସେନା” ଲେଖା ଯାଇଛି। ଆଇଏଏଫର ମୂଳ ଆଭିମୁଖ୍ୟ ବା ଲକ୍ଷ୍ୟ “ନବଃ ସ୍ପର୍ଶମ୍ ଦୀପ୍ତମ୍” ହିମାଳୟ ଇଗଲ ତଳେ ସୁବର୍ଣ୍ଣ ଦେବନାଗରୀରେ ଲେଖାଯାଇଛି} ଭାରତୀୟ ବାୟୁସେନାର ମୂଲ୍ୟବୋଧକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଏହି ନୂଆ ପ୍ରତୀକର ଉନ୍ମୋଚନ କରାଯାଇଛି। ଏହା ଏୟାର୍ ଫୋର୍ସ କ୍ରିଷ୍ଟ୍, ପତାକାର ଉପର ଡାହାଣ କୋଣରେ ପ୍ରତିଫଳିତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତିରେ କହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ଭାରତୀୟ ବାୟୁସୈନ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!