ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ

ଭୁବନେଶ୍ୱର ,,୮।୧:   ୧୦ ତାରିଖରୁ ବସ୍ ଧର୍ମଘଟ । ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ଚାଲିବ ବସ୍ ଧର୍ମଘଟ । ଦାବି ପୂରଣ ଯାଏଁ ଚାଲିବ ଧର୍ମଘଟ । ଅନିର୍ଦ୍ଧିଷ୍ଟ କାଳ ଯାଏଁ ଜାରି ରହିବ ଧର୍ମଘଟ । ସକାଳ ଛଅଟାରୁ ଆରମ୍ଭ ହେବ ଧର୍ମଘଟ । ବିଭିନ୍ନ ସଙ୍ଘ ସହ ଆଲୋଚନା ପରେ ନିଷ୍ପତି ।ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ କରିବ। ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସେ ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ଚାଲିବ ବୋଲି ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥର ଧର୍ମଘଟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଲାଗିଥିବା ବସ୍‌ ଗୁଡ଼ିକ ସାମିଲ୍‌ ହେବ। ଅର୍ଥାତ ଶିକ୍ଷାନୁଷ୍ଠାନରେ ନିୟୋଜିତ ପ୍ରାଇଭେଟ୍‌ ବସ୍‌ ଗୁଡ଼ିକ ୧୦ ତାରିଖରୁ ଗଡ଼ିବନାହିଁ। ଏନେଇ ଘରୋଇ ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା ।ଆଜି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ବୈଠକ ବସିଥିଲା। ବୈଠକରେ ସାରା ରାଜ୍ୟରେ ସବୁ ବସ୍‌ ମାଲିକ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଥିବା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା।ଗାଁ ଗହଳିକୁ ‘ଲକ୍ଷ୍ମୀ’ ଯୋଜନାରେ ଗଡ଼ୁଥିବା ବସ୍‌ ଭିତରେ ପ୍ରାଇଭେଟ୍‌ ବସ୍‌ ଗୁଡ଼ିକ ସାମିଲ କରିବା ଓ ମୋ ବସ୍‌ ଅର୍ବାନ ଏରିଆ ଛଡ଼ା ଅନ୍ୟ କୌଣସି ଅଞ୍ଚଳକୁ ନଚଲାଇବା ପାଇଁ ଦାବି ହୋଇଥିଲା। ଏହାଛଡ଼ା ଅନେକ ଗୁଡ଼ିଏ ଦାବି ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଆଜିପର୍ଯ୍ୟନ୍ତ ପରିବହନ କମିଶନର କାର୍ଯ୍ୟକାରୀ ହୋଇପାରି ନାହିଁ। ଯାହାକୁ ନେଇ ବସ୍‌ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!