ଆଜି ଡବଲ୍ ମ୍ୟାଚ୍‌ ; ଇଂଲଣ୍ଡ-ବାଂଲାଦେଶ, ପାକିସ୍ତାନ-ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୦।୧୦:ବିଶ୍ୱକପ୍ କ୍ରିକେଟରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ହେବ । ଦିନ ସାଢ଼େ ୧୦ଟାରୁ ଏହି ମ୍ୟାଚ ଆରମ୍ଭ ହେବ ଧର୍ମଶାଳାରେ । କାଗଜ କଲମରେ ଇଂଲଣ୍ଡ ଟିମ୍ ହେଉଛି ବାଂଲାଦେଶଠାରୁ ଶକ୍ତିଶାଳୀ କିନ୍ତୁ ଇଂଲଣ୍ଡ ନିଜର ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି ।ସେପଟେ ନିଜର ପ୍ରଥମ ମ୍ୟାଚ ଜିତିଛି ବାଂଲାଦେଶ । ଆଜିର ଦ୍ୱିତୀୟ ମ୍ୟାଚ ହେବ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ । ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ । ଆଜି ୨ଟାରୁ ଏହି ମ୍ୟାଚ ଆରମ୍ଭ ହେବ ।ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ନେଦରଲାଣ୍ଡକୁ ପରାସ୍ତ କରିଛି ।ସେପଟେ ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ହାରି ଯାଇଛି ।ତେଣୁ ଏହି ମ୍ୟାଚ ଶ୍ରୀଲଙ୍କା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।ଚଳିତ ବିଶ୍ବକପ୍‌ରେ ମଙ୍ଗଳବାର ଯୁଗଳ ମୁକାବିଲା ହେବ। ପୂର୍ବାହ୍ନ ୧୦.୩୦ରେ ବିଜେତା ଇଂଲଣ୍ଡ ଭେଟିବ ବାଂଲାଦେଶକୁ ଏବଂ ଅପରାହ୍ଣ ୨.୩୦ରେ ଦୁଇ ଏସୀୟ ରାଷ୍ଟ୍ର ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ୍‌ ଧର୍ମଶାଳା ଏବଂ ଦ୍ବିତୀୟଟି ହାଇଦ୍ରାବାଦରେ ଖେଳାଯିବ। ପରାଜୟରୁ ବିଜେତା ଇଂଲଣ୍ଡ ଅଭିଯାନ ଆରମ୍ଭ କରିଥିଲା ବେ‌ଳେ ବାଂଲାଦେଶ ନିଜର ପ୍ରଥମ ମ୍ୟାଚ୍‌ରେ ସହଜ ବିଜୟ ପାଇଥିଲା। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠୁ ୯ ୱିକେଟ୍‌ରେ ହାରିଥିବା ଜୋସ ବଟ୍ଟଲରଙ୍କ ନେତୃତ୍ବାଧୀନ ବିଜେତା ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ ଆଶା ନେଇ ମଙ୍ଗଳବାର ଧର୍ମଶାଳାରେ ଓହ୍ଲାଇବ। ଦଳର ଅନେକ ଖେଳାଳି ଆଇପିଏଲ୍‌ ଖେଳୁଥିବାରୁ ଭାରତୀୟ ପିଚ୍‌ ସହ ପରିଚିତ। ହେଲେ ଧର୍ମଶାଳାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସ୍ପିନର ମୁଜୀବ ଉର ରହମାନ ଫିଲ୍ଡିଂ ବେଳେ ଆହତ ହେବାରୁ ଆଫ୍‌ଗାନିସ୍ତାନ ମୁଖ୍ୟ ପ୍ରଶିକ୍ଷକ ପ୍ରଶ୍ନ ଉଠାଇଥିଲେ। ତେଣୁ ପିଚ୍‌କୁ ନେଇ ଇଂଲଣ୍ଡ ଦ୍ବନ୍ଦ୍ବରେ ରହିଛି। ତେବେ ପ୍ରଥମ ମ୍ୟାଚ୍‌ରେ ୨୮୨ ରନ୍‌ର ବଡ଼ ସ୍କୋର୍‌ କରିବା ସତ୍ବେ ନ୍ୟୁଜିଲାଣ୍ଡ ମାତ୍ର ଗୋଟିଏ ୩୭ ଓଭରରେ ଜିତି ନେବାରୁ ଇଂଲଣ୍ଡ ବୋଲର ବାଂଲାଦେଶ ବିପକ୍ଷରେ ଚାପରେ ରହିବାର ସମ୍ଭାବନା ରହିଛି। ଜୋ ରୁଟ୍‌, ଜନି ବେୟାରଷ୍ଟୋ ଓ ଅଧିନାୟକ ବଟ୍ଟଲର ଏହି ମ୍ୟାଚ୍‌ରେ ଭଲ ଯୋଗଦାନ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!