ଅହମ୍ମଦାବାଦ ,୧୪।୧୦: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କରିଛନ୍ତି ଛକା ବର୍ଷା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନା କରିନପାରି ୧୯୧ ରନ୍ରେ ଅଲ୍ଆଉଟ ହୋଇଯାଇଥିଲା। ତେବେ ପାକିସ୍ତାନ ଇଂନିସରେ ଗୋଟିଏ ବି ଛକା ଦେଖିବାକୁ ମିଳିନଥିଲା। ଭାରତର ବ୍ୟାଟିଂ ଆରମ୍ଭ ହେବା ପରେ ଦେଖିବାକୁ ମିଳିଛି ଛକା ବର୍ଷା।୧୯୨ ରନର ପିଛା କରୁଥିବା ଭାରତ ବିସ୍ଫୋରକ ଷ୍ଟାଇଲରେ ଇନିଂସ ଆରମ୍ଭ କରିଛି। ଶୁବମନ ଗିଲ୍ ୧୧ ବଲରେ ୪ ଚୌକା ସହ ୧୬ ରନ କରିବା ପରେ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଯାଇଛନ୍ତି। ଏହାପରେ ରୋହିତ ଓ ବିରାଟ ଦ୍ରୁତଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଛି। ସେ ଆଫ୍ରିଦିଙ୍କୁ ପ୍ରଥମ ଛକା ମାରିଥିବା ବେଳେ ମହମ୍ମଦ ନୱାଜଙ୍କୁ ଦ୍ୱିତୀୟ ଛକା ମାରିଥିଲେ। ଏହାପରେ ହାରିଶ ରୌଫଙ୍କ ଗୋଟିଏ ଓଭର୍ରେ ରୋହିତ ୨ଟି ଛକା ମାରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |