ଭୁବନେଶ୍ୱର,୧୭।୧୦: ଶ୍ରୀଲିଙ୍ଗରାଜ ମନ୍ଦିରର ଅଷ୍ଟଧାତୁ କଳସରେ ଦେଖିବାକୁ ମିଳିଛି ଫାଟ । ପୂର୍ବରୁ ରାହାପାଗରେ ଫାଟ ସମସ୍ୟା ସୁଧୁରିଥିଲେ ହେଁ ଏବେ ଆଉ ଗୋଟିଏ ବଡ଼ ସମସ୍ୟା ଦେଖିବାକୁ ମିଳିଛି । ଲିଙ୍ଗରାଜ ମନ୍ଦିରର ମୁଖ୍ୟ ମନ୍ଦିରରେ ଥିବା ଶ୍ରୀଲିଙ୍ଗ ଓ ଶକ୍ତିଙ୍କ ମଧ୍ୟରେ ଥିବା ସଂଯୋଗ ସ୍ଥାନ ‘କଣ୍ଠ’ରେ ଫାଟ ସୃଷ୍ଟିହୋଇଛି ।ଶ୍ରୀଲିଙ୍ଗରାଜ ମନ୍ଦିରର ଅଷ୍ଟଧାତୁ କଳସରେ ଫାଟ ଓ ରାହାପାଗରେ ଫାଟ ସମସ୍ୟା ସୁଧୁରିଥିଲେ ହେଁ ଏବେ ଆଉ ଗୋଟିଏ ବଡ଼ ସମସ୍ୟା ମୁଣ୍ଡବ୍ୟଥାର କାରଣ ସାଜିଛି। ମୁଖ୍ୟ ମନ୍ଦିରରେ ଥିବା ଶ୍ରୀଲିଙ୍ଗ ଓ ଶକ୍ତିଙ୍କ ମଧ୍ୟରେ ଥିବା ସଂଯୋଗ ସ୍ଥାନ ‘କଣ୍ଠ’ରେ ଫାଟ ସୃଷ୍ଟିହୋଇ ଏବେ ସ୍ଥିତି ଗମ୍ଭୀର ହୋଇ ଯାଇଛି। ଦୀର୍ଘ ୨୫ ବର୍ଷ ହେଲା ଏଥିରେ କରାଳ ଦିଆଯାଉ ନଥିବାରୁ ପ୍ରାୟ ୧୨ ଇଞ୍ଚ ପର୍ଯ୍ୟନ୍ତ ଫାଟ ଥିବା ଦେଖାଯାଇଛି। ଫାଟ ମରାମତି ନହେଲେ ମୁଖ୍ୟଲିଙ୍ଗ କ୍ଷୟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ଓ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି । ବହୁ ଭକ୍ତ ଶ୍ରୀଲିଙ୍ଗରାଜଙ୍କ ଉପରେ ଜଳଲାଗି, କ୍ଷୀର ଢାଳିବା, ରୁଦ୍ରାଭିଷେକ କରିବା, ମାଜଣା କରିବା ସହ ଘର୍ଷଣ ମଧ୍ୟ କରିଥାନ୍ତି । ମାନସିକ ପୂରଣ ପାଇଁ ଭକ୍ତମାନେ ଶ୍ରୀଲିଙ୍ଗ ଓ ଶକ୍ତିରେ ନୈବେଦ୍ୟ ଅର୍ପଣ କରିଥାନ୍ତି।ଶ୍ରୀଲିଙ୍ଗ ଓ ଶକ୍ତି ମଧ୍ୟରେ ଥିବା ସଂଯୋଗ ସ୍ଥଳ କଣ୍ଠରେ ଏହିସବୁ ସାମଗ୍ରୀ ଲାଗି ରୁହେ। ଫଳରେ ଏବେ ଏଠାରେ ୧୨ ଇଞ୍ଚ ପର୍ଯ୍ୟନ୍ତ ଫାଟ ସୃଷ୍ଟି ହୋଇଛି। ଯଦିଓ ଶକ୍ତିର ସୁରକ୍ଷା ପାଇଁ ଏକ ରୂପା ଆବରଣ ଦିଆଯାଉଛି, ଏହାର ମଝିରେ ଥିବା ଖାଲିସ୍ଥାନରେ କ୍ଷୀର ଓ ପାଦୁକ ଜମି ରହୁଛି। ପାଦୁକ ଶକ୍ତି ଓ ଶ୍ରୀଲିଙ୍ଗର ଏହି ସଂଯୋଗ ସ୍ଥାନରେ ଜମି ରହି ପୁରୁଣା ହେଉଛି। ଏହି ସଂଯୋଗ ସ୍ଥାନରେ ଫାଟ ବହୁ ପୁରୁଣା କାଳରୁ ରହିଥିବା ମନ୍ଦିର ଟ୍ରଷ୍ଟି ଅଗାଧୁ ପୂଜାପଣ୍ଡା କହିଛନ୍ତି। ଏହି ସ୍ଥାନରେ ଦେଖା ଦେଉଥିବା ଫାଟକୁ କରାଳ ଲଗାଯାଇ ବନ୍ଦ କରାଯାଏ। ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କରାଳ ଯୋଗାଇବା ପରେ ସେବାୟତମାନେ କରାଳ ଲଗାଇଥାନ୍ତି।ସୂଚନା ଅନୁଯାୟୀ, ନୂଆ ଗାମୁଛା, ଝୁଣା, ଲାଖ, ଗୁଡ଼, ରାଶିତେଲ ଓ କର୍ପୂର ମିଶ୍ରଣରେ କରାଳ ପ୍ରସ୍ତୁତ କରାଯାଇଥାଏ। କରାଳ ଦୀର୍ଘଦିନ ହେବ ଦିଆଯାଇ ନଥିବାରୁ କଣ୍ଠ ଫାଙ୍କା ଦେଖାଯାଉଛି ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |