ଆଜିଠୁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ

ଭୁବନେଶ୍ବର,୨୦ା୧୦: ଆଜି (ଶୁକ୍ରବାର) ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିବା କାରଣରୁ ସାରା ରାଜ୍ୟରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି। ରାଜ୍ୟରେ ଗଡ଼ୁନି ଘରୋଇ ବସ୍ । ନିଜ ନିଷ୍ପତିରେ ଅଟଳ ରହି ଆଜିଠାରୁ ଧର୍ମଘଟ ଆରମ୍ଭ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସକାଳ ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧର୍ମଘଟ ଚାଲିବ ବୋଲି ଗତକାଲି ପ୍ରେସମିଟରେ ସ୍ପଷ୍ଟ କରିଥିଲେ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ । ସରକାରଙ୍କ ଲିଖିତ ପ୍ରତିଶୃତି ନ ମିଳିବାରୁ ଧର୍ମଘଟ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେବେ ପୂର୍ବ ଘୋଷଣା ମୁତାବକ ୨୦ ତାରିଖ ଅର୍ଥାତ ଆଜିଠାରୁ ରାଜ୍ୟରେ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଫଳରେ ରାଜ୍ୟବ୍ୟାପୀ ଆଜି ୧୪ ହଜାର ଘରୋଇ ବସ ଚଳାଚଳ ବନ୍ଦ ରହିଛି ।ସରକାରଙ୍କ “ଲକ୍ଷ୍ମୀ” ଯୋଜନାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ଏହି ଧର୍ମଘଟ କରିବାକୁ ଯାଉଛି । “ଲକ୍ଷ୍ମୀ” ଯୋଜନା ଭଳି ଏକ ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ ବୋଲି ସଙ୍ଘ ଦାବି କରିଛି । ଯଦି ସରକାର ଚାହୁଁଛନ୍ତି ତେବେ ସେ ଗାଁ’ରୁ ବ୍ଲକ ପର୍ୟ୍ୟନ୍ତ ସରକାରୀ ବସ ଚଲାନ୍ତୁ । କିନ୍ତୁ ବ୍ଲକରୁ ଜିଲ୍ଲା କିମ୍ବା ସହରକୁ କୌଣସି ସରକାରୀ ବସ ନ ଚଲାନ୍ତୁ ବୋଲି ସଙ୍ଘ ସରକାରଙ୍କ ପାଖରେ ଦାବି କରିଛି। ଏଥିସହ ସରକାରଙ୍କୁ ଏହାର ଏକ ଲିଖିତ ପ୍ରତିଶୃତି ମାଗିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଯଦି ସରକାରଙ୍କ ଠାରୁ ଏହି ଲିଖିତ ପ୍ରତିଶୃତି ମିଳେ ତେବେ ସଙ୍ଘ ଧର୍ମଘଟରୁ ଓହରିଯିବ ବୋଲି ମଧ୍ୟ କୁହାଯାଇଛି ।ଆଜି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ ‘ନେତାଜୀ ବସ୍ ଟର୍ମିନାଲ୍’ରୁ କୌଣସି ଘରୋଇ ବସ୍ ଚଳାଚଳ କରୁନାହିଁ। କଟକ-ଭୁବନେଶ୍ବରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି। ବସ୍ ଧର୍ମଘଟ ହେତୁ ବହୁ ଲୋକ ନିଜ ସୁବିଧାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଏଣେ ବାଲେଶ୍ବରରେ ଘରୋଇ ବସ୍ ମାଲିକ ସଂଘ  ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଯାଇ ବସ୍ ଚଳାଚଳ ଜାରି ରଖିଥିବା ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!