ଇଭି ବଦଳରେ ଧରେଇଦେଲେ ପେଟ୍ରୋଲ ସ୍କୁଟର,କିସ୍ତି ଦେବେ ନା ପେଟ୍ରୋଲ ଭରିବେ ?

ଭୁବନେଶ୍ୱର,୧୯।୧୦: ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମହିଳାଙ୍କୁ ଭଣ୍ଡେଇ ଦେଲେ ରାଜ୍ୟ ସରକାର! ଇଲେକ୍ଟ୍ରି ସ୍କୁଟି(EV) ଦେବେ ବୋଲି କହି ଧରାଇଦେଲେ ପେଟ୍ରୋଲ୍‌ ଗାଡ଼ି। ଦରମା ଯେତିକି ପାଉଛନ୍ତି, ସେଥିରେ କିସ୍ତି କେମିତି ସୁଝିବେ? ତା’ପରେ ପୁଣି ପେଟ୍ରୋଲ ଖର୍ଚ୍ଚ। ଯାହାକୁ ନେଇ ମିଶନ୍‌ ଶକ୍ତି ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି |ଦରମା ଯେତିକି କିସ୍ତି ସେତିକି, ତାପରେ ପୁଣି ପେଟ୍ରୋଲ ଖର୍ଚ୍ଚ । ରାଜ୍ୟ ସରକାରଙ୍କ ୨୩-୨୪ର ଏହି ବଜେଟ୍‌ରେ ମିଶନ ଶକ୍ତି ସ୍କୁଟର ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଗୋଷ୍ଠୀର ଇସି ସଦସ୍ୟଙ୍କୁ ବୈଦ୍ୟୁତିକ ସ୍କୁଟର ପାଇଁ ୫୦ କୋଟି ବ୍ୟୟବରାଦ କରିଥିଲେ ସରକାର । ହେଲେ କାର୍ଯ୍ୟକାରୀ ବେଳେ ହଠାତ୍ ବଦଳିଗଲା ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ପେଟ୍ରୋଲ ସ୍କୁଟର । ଯଦିଓ ସୁଧ ସରକାର ଦେବେ ହେଲେ ମାସିକିଆ ଋଣ କିସ୍ତିକୁ ପୁଣି ତେଲ ଖର୍ଚ୍ଚ । ୨୩-୨୪ ବଜେଟ୍‌ରେ ମିଶନ ଶକ୍ତି ସ୍କୁଟର ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଗୋଷ୍ଠୀର ଇସି ସଦସ୍ୟଙ୍କୁ ବୈଦ୍ୟୁତିକ ସ୍କୁଟର ପାଇଁ ୫୦ କୋଟି ବ୍ୟୟବରାଦ କରିଥିଲେ ରାଜ୍ୟ ସରକାର। ହେଲେ କାର୍ଯ୍ୟକାରୀ ବେଳେ ହଠାତ ବଦଳିଗଲା ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣ୍ଟିଲେ ପେଟ୍ରୋଲ ସ୍କୁଟର। ଯଦିଓ ସୁଧ ସରକାର ଦେବେ, ହେଲେ ମାସିକିଆ ଋଣ କିସ୍ତିକୁ ପୁଣି ତେଲ ଖର୍ଚ୍ଚ। ମାତ୍ର ୩ରୁ ୭ ହଜାର ଟଙ୍କା ଦରମା ପାଉଥିବା CRP, MBK, ବ୍ୟାଙ୍କ ମିତ୍ର କେମିତି ଶୁଝିବେ? ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରଶ୍ନ କାହିଁକି ବଦଳିଲା ବଜେଟ ନିଷ୍ପତ୍ତି? ଥରେ ବିଧାନସଭାରେ ସରକାର ପାରିତ କରି ସାରିବା ପରେ କାହା ନିର୍ଦ୍ଦେଶରେ ବିଧାନସଭା ବାହାରେ ଏହାକୁ ପରିବର୍ତ୍ତନ କରାଗଲା? ଯଦି ବୈଦ୍ୟୁତିକ ସ୍କୁଟର ପାଇଥାନ୍ତେ, ତା’ହେଲେ ତେଲ ଖର୍ଚ୍ଚ ବଞ୍ଚିବା ସହ ସବ୍‌ସିଡି ମଧ୍ୟ ହାତେଇଥାନ୍ତେ ମିଶନ ଶକ୍ତି ହିତାଧିକାରୀ। କାହିଁକି ନା ସବ୍‌ସିଡି ଘୋଷଣା କରି ବୈଦ୍ୟୁତିକ ସ୍କୁଟରକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର। ତେଣୁ ସୁଧ ରିହାତି ସହ ସ୍କୁଟର ପିଛା ୨୦ ହଜାର ଟଙ୍କା ଲେଖାଁଏ ସବ୍‌ସିଡି ପାଇଥାନ୍ତେ ହିତାଧିକାରୀ। ଖାଲି ସେତିକି ନୁହେଁ, ମିଶନ୍‌ ଶକ୍ତି ମହିଳାଙ୍କ ପାଇଁ ବଡ଼ ଟେନ୍‌ସନ୍‌ ହେଉଛି ଡ୍ରାଇଭିଂ ଲାଇସେନ୍ସ କରିବା। ହୁଏତ ଇଭି ହୋଇଥିଲେ ସେ ଟେନ୍‌ସନ୍‌ ମଧ୍ୟ ନଥାନ୍ତା। ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।ମିଶନ ଶକ୍ତି ସ୍କୁଟି ଯୋଜନାରେ ୨ ଲକ୍ଷ ସ୍କୁଟି ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। CRP, MBK, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଜୀବିକା ସହାୟିକା, ଉଦ୍ୟୋଗୀ ମିତ୍ରମାନେ ଏଥିରେ ସାମିଲ ଅଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!