ଆଜି ଅଷ୍ଟ୍ରେଲିଆ-ପାକିସ୍ତାନ ଲଢ଼େଇ

ବେଙ୍ଗାଲୁରୁ,୨୦।୧୨  : ଶୁକ୍ରବାର ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ୫ ଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ। ଆଇସିସି ଦିନିକିଆ ବିଶ୍ବକପ ୧୩ତମ ସଂସ୍କରଣର ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ବାଙ୍ଗାଲୋରର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ଉକ୍ତ ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ବପୂୂର୍ଣ୍ଣ। ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଦୁଇ ଦଳକୁ ମ୍ୟାଚ ଜିତିବା ବେଶ ଜରୁରୀ। ଦ୍ରୁତ ବୋଲିଂ କ୍ଷେତ୍ରରେ ଦୁଇ ଦଳ ବେଶ ଶକ୍ତିଶାଳୀ। ଏମ୍‌ ଚିନ୍ନାସ୍ବାମୀରେ ଦ୍ରୁତ ବୋଲିଂ ଲଢେଇ ହେବା ନେଇ ଆଶା କରାଯାଉଛି। ଦୁଇ ଦଳର ବର୍ତ୍ତମାନ ପ୍ରଦର୍ଶନକୁ ଦେଖିଲେ କେହି କାହାରିଠାରୁ କମ୍‌ ନୁହନ୍ତି।ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ବରଣ କରିଛି। ଦଳ ପ୍ରଥମ ମ୍ୟାଚରେ ଭାରତ ନିକଟରୁ ୬ ୱିକେଟରେ ଓ ଦ୍ବିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ୧୩୪ରନରେ ପରାଜିତ ହୋଇଥିବାବେଳେ ​‌େ​‌ଶଷ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି। ବ୍ୟାଟିଂରେ ଦଳ ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶଙ୍କ ସମେତ ଷ୍ଟିଭ୍‌ ସ୍ମିଥ୍‌, ମାର୍ନୁସ ଲାବୁସାନେ,ଜୋଶ ଇଂଲିଶ ପ୍ରମୁଖ ରହିଛନ୍ତି। ​ଶେଷ ମ୍ୟାଚରେ ମିଚେଲ ମାର୍ଶ ଓ ଜୋଶ ଇଂଲିଶ ଅର୍ଦ୍ଧଶତକ ହାସଲ କରିବା ଦଳକୁ ଆଶ୍ବସ୍ତି କରିଛି। ଗ୍ଳେନ ମ୍ୟାକ୍ସୱେଲ ଓ ମାର୍କୋସ ଷ୍ଟୋଇନିସ ଅଲରାଉଣ୍ଡର ଦାୟିତ୍ବ ନିର୍ବାହ କରୁଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ​‌େ​‌ର ସ୍ପିନର ଆଡାମ ଜାମ୍ପା ୪ଟି ୱିକେଟ ନେଇ ଦଳକୁ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଦ୍ରୁତ ବୋଲିଂରେ ପ୍ୟାଟ୍‌ କମିନ୍‌ସ, ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡ୍‌ ରହିଛନ୍ତି। ଷ୍ଟୋଇନିସ୍‌ ମିଡ଼ିୟମ ଓ ମ୍ୟାକ୍ସୱେଲ ସ୍ପିନର ଭାବେ ଦାୟିତ୍ବ ତୁଲାଉଛନ୍ତି। ଦଳ ପାକିସ୍ତାନକୁ ପରାସ୍ତ କରିବା ନେଇ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ବାବର ଆଜାମଙ୍କ ନେତୃତ୍ବାଧିନ ପାକିସ୍ତାନ ଶ୍ରୀଲଙ୍କାକୁ ୬ ୱିକେଟରେ ଓ ନେଦରଲାଣ୍ଡ୍‌ସକୁ ୮୧ରନରେ ପରାସ୍ତ କରିଥିବାବେଳେ ଭାରତ ନିକଟରୁ ୭ ୱିକେଟରେ ପରାଜିତ ହୋଇଥିଲା। ବ୍ୟାଟିଂ ଓ ବୋଲିଂରେ ଦଳ ଭାରତ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ମହମ୍ମଦ ରିଜ୍‌ୱାନଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ନିୟମିତ ଭଲ ରନ କରିବାରେ ସଫଳ ହେଉନାହାନ୍ତି। ବାବର ଆଜାମ, ଫକର ଜମାନ, ଇମାନ ଉଲ୍‌ ହକ୍‌, ଅବଦୁଲ ସାଫିକ ପ୍ରମୁଖ ନିୟମିତ ରନ କରିବାରେ ବିଫଳ ହେଉଛନ୍ତି। ଯାହା ଦଳକୁ ଚିନ୍ତାରେ ପକାଇଛି। ସାଦବ ଖାନ ଓ ଇଫ୍‌ତିକାର ଅହମ୍ମଦ ଅଲରାଉଣ୍ଡର ଭୂମିକାକୁ ସଠିକ୍‌ ଭାବେ ତୁଲାଇବାରେ ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି। ଦ୍ରୁତ ବୋଲିଂ ବିଭାଗରେ ସାହିନ ସାହ ଆଫ୍ରିଦି, ହାସନ ଅଲ୍ଲୀ, ମହମ୍ମଦ ନୱାଜ ଓ ହାରିସ ରୈଫ ରହିଛନ୍ତି। ସାଦବ ଖାନଙ୍କ ଉପରେ ସ୍ପିନ ବୋଲିଂ ଭାର ନିର୍ଭର କରୁଛି। ଦଳ ଭାରତ ବିପକ୍ଷ ବିଫଳତାକୁ ଭୁଲି ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ ନେଇ ଉଦ୍ୟମ କରିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚ ପ୍ରଦର୍ଶନକୁ ଦେଖିଲେ ଅଷ୍ଟ୍ରେଲିଆ ୩ଟି ଓ ପାକିସ୍ତାନ ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ମିଚେଲ ମାର୍ସ, ଡେଭିଡ ୱାର୍ଣ୍ଣର, ‌ଷ୍ଟିଭ ସ୍ମିଥ୍‌, ମାର୍ନସ ଲବୁସାନ, ଜୋସ ଇଙ୍ଗଲିସ (ୱିକେଟ୍‌ ରକ୍ଷକ), ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ (ଅଧିନାୟକ), ଆଦାମ ଜାମ୍ପା, ଜୋସ ହାଜେଲଉଡ଼।

ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ଫକର ଜମାନ, ଇମାମ ଉଲ ହକ୍‌, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ୍‌ ରକ୍ଷକ), ସାଉଦ ସକିଲ, ଇଫତିକାର ଅହମ୍ମଦ, ଉସ୍‌ମା ମିର, ହାରିସ ରୌଫ, ସାହିନ ସାହ ଆଫ୍ରିଦି, ହାସନ ଅଲ୍ଲୀ, ମହମ୍ମଦ ନୱାଜ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!