ଆଜି ମହାସପ୍ତମୀ ପୂଜା

ଭୁବନେଶ୍ୱର,୨୧।୧୦: ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା। ମା’ଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ବିହୀତ ପୂଜାର୍ଚ୍ଚନା କରାଯିବ। ମନ୍ତ୍ରଧ୍ୱନିରେ ପ୍ରକଂପିତ ହେବ ପୂଜା ମଣ୍ଡପ। ଗତକାଲି ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଛି।ବିଶ୍ୱାସ ରହିଛି ବେଲବୃକ୍ଷରେ ମା’ ବାସ କରନ୍ତି। ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ। ମହାଷଷ୍ଠୀରେ ବେଲବୃକ୍ଷରୁ ଆଜ୍ଞାମାଳ ଆଣି ମାଙ୍କୁ ମଣ୍ଡପକୁ ଆମନ୍ତ୍ରଣ କରାଯାଇ କଳ୍ପାରମ୍ଭ, ଅଧିବାସ ସମ୍ପନ ହୋଇଛି।ଦୁର୍ଗାପୂଜା ପାଇଁ ଐତିହ୍ୟ ସହର କଟକରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି।ସୁନାଚାନ୍ଦି ମେଢ଼ରେ ଝଟକୁଛନ୍ତି ମାଆ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!