ତିରୁପତି,୨୧।୧୦: ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ତିରୁପତି ଜିଲ୍ଲାରେ ଥିବା ଶ୍ରୀହରୀକୋଟାସ୍ଥିତ ସତୀଶ ଧୱନ୍ ମହାକାଶ କେନ୍ଦ୍ରରୁ ଆଜି ସକାଳ ୮.୩୦ରେ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ ବା ‘ଇସ୍ରୋ’ ତା’ର ଆକାଙ୍କ୍ଷିତ ମାନବବାହୀ ମହାକାଶଯାନ ଯୋଜନା ‘ଗଗନଯାନ’ ଲାଗି ଉଦ୍ଦିଷ୍ଟ ତରଳ ଇନ୍ଧନ ଚାଳିତ ରକେଟ୍ ‘ଟେଷ୍ଟ୍ ଭେଇକ୍ଲ୍’ର (ଟିଭି-ଡି୧) ପରୀକ୍ଷଣ କରିବ ବୋଲି ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।‘ଟିଭି-ଡି୧’ର ପରୀକ୍ଷାମୂଳକ ଉଡ଼ାଣ ହେଉଛି ‘ଗଗନଯାନ ଅଭିଯାନ’ର ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ମହାକାଶରେ ୪୦୦ କିଲୋମିଟର୍ବିଶିଷ୍ଟ କକ୍ଷପଥରେ ୩ ଦିନ ଲାଗି ପରିକ୍ରମା କରିବା ଲାଗି ୩ଜଣ ମଣିଷଙ୍କୁ ନେଇପାରିବା ଭଳି ମହାକାଶଯାନ ପ୍ରେରଣ କରିବାରେ ଏହି ପରୀକ୍ଷଣ ଭାରତର ସାମର୍ଥ୍ୟ ପ୍ରତିପାଦନ କରିବ। କେବଳ ସେତିକି ନୁହେଁ ପରିକ୍ରମା ପରେ ଉକ୍ତ ମହାକାଶଯାନ ଯେମିତି ନିରାପଦରେ ଭାରତ ମହାସାଗର ଜଳରାଶିରେ ଅବତରଣ କରିବ, ତାହା ଉପରେ ମଧ୍ୟ ଏହି ଅଭିଯାନର ସଫଳତା ନିର୍ଭର କରୁଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |