ଆଜି ବିଶ୍ବକପରେ ଶ୍ରୀଲଙ୍କା ଓ ନେଦରଲାଣ୍ଡ୍‌ସ ଏବଂ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ

ମୁମ୍ବାଇ,୨୧ା୧୦:ଚଳିତ ବିଶ୍ବକପ୍‌ରେ ଶନିବାର ଯୁଗଳ ମୁକାବିଲା ଦେଖିବାକୁ ମିଳିବ। ପ୍ରଥମ ମ୍ୟାଚ୍‌ ‌ଲକ୍ଷ୍ନୌରେ ପୂର୍ବାହ୍ନ ୧୦.୩୦ରେ ଶ୍ରୀଲଙ୍କା ଓ ନେଦରଲାଣ୍ଡ୍‌ସ ଏବଂ ଦ୍ବିତୀୟ ମ୍ୟାଚ୍‌ ମୁମ୍ବାଇରେ ଅପରାହ୍ଣ ୨ଟାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ।

ନେଦରଲାଣ୍ଡ୍ସ ସମ୍ଭାବ୍ୟ ଦଳ: ବିକ୍ରମଜିତ ସିଂହ, ମ୍ୟାକ୍ସ ଓ’ଦାଉଦ, କଲିନ ଏକରମାନ, ବାସ ଡି’ଲିଡ୍‌, ତେଜା ନିଦାମନୁରୁ, ସ୍କଟ ଏଡୱାର୍ଡ୍ସ (ଅଧିନାୟକ, ୱିକେଟ୍‌ରକ୍ଷକ), ସିବ୍ରାଣ୍ଡ ଇଙ୍ଗେଲବ୍ରେଚ, ରୋ‌ଏଲଫ ଭାନ ଡର ମରୱି, ଲଗନ ଭାନ ବିକ, ଅର୍ଯ୍ୟନ ଦତ୍ତ, ପଲ ଭାନ ମୀକରନ।

ଶ୍ରୀଲଙ୍କା ସମ୍ଭାବ୍ୟ ଦଳ: ପଥୁମ ନିଶଙ୍କା, କୁସାଲ ପେରେରା/ଦିମୁଥ କରୁଣାରତ୍ନେ, କୁସାଲ ମେଣ୍ଡିସ (ଅଧିନାୟକ, ୱିକେଟ୍‌ରକ୍ଷକ), ସଦୀରା ସମରବିକ୍ରମା, ଚରିଥ ଅସଲଙ୍କା, ଧନଞ୍ଜୟ ଡି’ସିଲ୍‌ଭା, ଦୁନିଥ ୱେଲାଲ‌ାଗେ, ଚାମିକା କରୁଣାରତ୍ନେ, ମହେଶ ଥୀକ୍ଷଣା, ଲାହିରୁ କୁମାରା, ଦିଲସାନ ମଧୁସଙ୍କା।ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପ୍‌ରେ ବିପର୍ଯ୍ୟୟର ସାମ୍ନା କରିଛନ୍ତି। ଆଫ୍‌ଗାନିସ୍ତାନଠୁ ଇଂଲଣ୍ଡ ଏବଂ ନେଦରଲାଣ୍ଡ୍‌ସଠୁ ଦକ୍ଷିଣ ଆଫ୍ରିକା ହାରିଛନ୍ତି। ତେଣୁ ଉଭୟ ଦଳ ମୁମ୍ବାଇରେ ପ୍ରତ୍ୟାବର୍ତ୍ତନ ଆଶା ନେଇ ପଡ଼ିଆକୁ ଓହ୍ଲାଇବା ଲକ୍ଷ୍ୟ ରଖିଛନ୍ତି। ଚଳିତ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା (୪୨୮/୫) ନାମରେ ସର୍ବୋଚ୍ଚ ସ୍କୋର୍‌ ରହିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ୧୦୦ରୁ ଊର୍ଦ୍ଧ୍ବ ରନ୍‌ରେ ହରାଇ ଚମତ୍କାର ଆରମ୍ଭ କରିଥିଲା। ହେଲେ ବର୍ଷା ବାଧାପ୍ରାପ୍ତ ଧର୍ମଶାଳା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସଠୁ ହାରି ଯାଇଥିବାରୁ ଦଳ ଚାପରେ ରହିଛି। ପୁଣି ଥରେ ଏହାର ଖେଳାଳି ପ୍ରତି ବିଭାଗରେ ଭଲ କରିବା ସହ ଇଂଲଣ୍ଡକୁ ହରାଇ ମନୋବଳକୁ ଦୃଢ଼ କରିବାକୁ ଚେଷ୍ଟା କରିବେ।

ଇଂଲଣ୍ଡ ସମ୍ଭାବ୍ୟ ଏକାଦଶ: ଦାୱିଦ ମଲାନ, ହାରି ବ୍ରୁକ୍, ଜୋ ରୁଟ୍‌, ମୋଇନ ଅଲୀ, ଲିଅମ ଲିଭିଂଷ୍ଟୋନ/ବେନ ‌ଷ୍ଟୋକ୍ସ, କ୍ରିସ୍‌ ୱକ୍ସ, ଜନି ବେୟାରଷ୍ଟୋ, ‌ଜୋସ ବଟ୍ଟଲର (ଅଧିନାୟକ, ୱିକେଟରକ୍ଷକ), ଆଦିଲ ରସିଦ, ମାର୍କ ଉଡ୍‌, ରିସି ଟପଲେ।

ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: ରାଶି ଭାନ୍‌ ଦର ଦୁସେନ, ତେମ୍ବା ବଭୂମା (ଅଧିନା‌ୟକ), ଡେଭିଡ ମିଲର, ଐଦେନ ମାରକ୍ରମ, ମାର୍କୋ ୟାନସେନ, କ୍ବିଣ୍ଟନ ଡି’କକ୍‌ (ୱିକେଟ୍‌ରକ୍ଷକ), ହେନରିକ କ୍ଲାସେଁ, ଲୁଙ୍ଗି ଏନ୍‌ଗିଡ଼ି, ତାବ୍ରିଜ ସାମସି, କାଗିସୋ ରବାଦା, କେଶବ ମହାରାଜ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!