ତୁଷୁରା,୨୨/୧୦: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ମିସନ ଶକ୍ତି ବିପିସି ନିର୍ମଳ ଚନ୍ଦ୍ର ପ୍ରଧାନଙ୍କୁ ମାଡ଼ ମାରିଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜାମୁଟର ସମିତିସଭ୍ୟ ଅଶୋକ ଦୋରାଙ୍କୁ ବଲାଙ୍ଗୀର ପୁଲିସ୍ ଗିରଫ କରିଛି। ଗତ ୧୦ ତାରିଖ ଗୁଡ଼ଭେଲା ବ୍ଲକ ପରିସରରେ ଅଧ୍ୟକ୍ଷାଙ୍କ କକ୍ଷରେ ଅଶୋକ ଓ ତାଙ୍କ ସମର୍ଥକ ମିସନ ଶକ୍ତି ବିପିସି ଶ୍ରୀ ପ୍ରଧାନଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ତୁଷୁରା ପୁଲିସ୍ ଏସ୍ଡିପିଓ ତୋଫାନ ବାଗଙ୍କ ନେତୃତ୍ବରେ ଅଶୋକଙ୍କ ୬ ଜଣ ସମର୍ଥକଙ୍କୁ ପୂର୍ବରୁ ଗିରଫ କରିଥିଲା। ଏଥିସହ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ଅଶୋକଙ୍କୁ ଧରିବାକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |