ଅତି ଭୟଙ୍କର ରୂପ ଧାରଣ କରୁଛି ଇସ୍ରାଏଲ-ହମାସ ଯୁଦ୍ଧ

ଗାଜା,୨୨।୧୦: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ରୂପ ଧାରଣ କରୁଛି। ଏହାରି ଭିତରେ ଇସ୍ରାଏଲର ସେନ୍ୟବାହିନୀ ଗାଜା ଉପରେ ଆକ୍ରମଣ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି। ଶନିବାର ଇଜିପ୍ଟ ସୀମାନ୍ତ ରାଫାହ ପଏଣ୍ଟ ଦେଇ ଗାଜା ଷ୍ଟ୍ରିପ୍‌କୁ ସହାୟତା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଟ୍ରକ୍‌ଗୁଡ଼ିକ ପ୍ରବେଶ କରିଛି। ୨.୪ନିୟୁତ ବାସିନ୍ଦାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦ଟି ଟ୍ରକରେ ଜରୁରୀକାଳୀନ ସେବା ପଠାଯାଇଛି। ଯାହାକୁ ନେଇ ଜନସାଧାରଣଙ୍କ ଠାରେ ଅସନ୍ତୋଷ ଦେଖାଦେଇଛି। କାରଣ ଆବଶ୍ୟକୀୟ ଜିନିଷ ପାଇବାକୁ ଥିବ ଲୋକଙ୍କୁ ଦେଖିଲେ ସହାୟତା ଦ୍ରବ୍ୟ କିଛି ବି ନୁହେଁ। ସହାୟତା ପହଞ୍ଚିବାର ଗୋଟିଏ ଦିନ ନ ଯାଉଣୁ ରବିବାର ଓ୍ବେଷ୍ଟ ବ୍ୟାଙ୍କ ଜେନିନର ଏକ ମସଜିଦ ଉପରେ ଇସ୍ରାଏଲ ଯବାନ ଏୟାର ଷ୍ଟ୍ରାଇକ କରିଛନ୍ତି। ଏଥିସହ ଆତଙ୍କବାଦୀମାନଙ୍କ ଅପରେଟିଭ ଆଡ୍ଡା ଉପରେ ଯବାନମାନେ ଟାର୍ଗେଟ କରିଛନ୍ତି। ଯବାନମାନଙ୍କ ଅନୁସାରେ ହମାସ-ଇସଲାମିକ ଜିହାଦ ଗ୍ରୁପ୍‌ ଏହି ଆଡ୍ଡାରେ ରହି ଆକ୍ରମଣ ଯୋଜନା କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!