ଭୁବନେଶ୍ବର,୨୫।୧୦:ଆଜିଠୁ କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଉଛି ବାଘ ଗଣନା। ଏହାସହ ବାଲେଶ୍ୱର ଫରେଷ୍ଟ ଡିଭିଜନରେ ୫ଟି ରେଞ୍ଜରେ ମାସାଂଶୀ ବନ୍ୟଜନ୍ତୁଙ୍କ ଗତିବିଧି ଅନୁଧ୍ୟାନ କରୁଛି ବନ ବିଭାଗ।କୁଲଡିହା ଅଭୟାରଣ୍ୟ ଭିତରେ ୧୪ଟି ବିଟରେ ୪୨ ଜଣ ବନ କର୍ମଚାରୀଙ୍କ ଦ୍ୱାରା ବାଘ ଗଣନା କରାଯାଉଛି। ଏହାସହ ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଟିମ୍ ନିୟୋଜିତ ହୋଇଛନ୍ତି। କୁଲଡିହାରେ ବାଘ ଗଣନା କାର୍ଯ୍ୟକ୍ରମ ଆଜିଠୁ ୩୦ ତାରିଖ ଯାଏଁ ୫ଦିନ ଧରି ଚାଲିବ।ସେହିପରି ନୀଳଗିରି ରେଞ୍ଜ, ସୋର, ଜଳେଶ୍ୱର ଓ ଚାନ୍ଦିପୁର ରେଞ୍ଜରେ ମଧ୍ୟ ମାଂସାଶୀ ଜୀବଙ୍କ ଗତିବିଧି ଓ ଉପସ୍ଥିତି ଉପରେ ନଜର ରଖିବା ପାଇଁ ବାଲେଶ୍ଵର ଡିଭିଜନର ମୋଟ ୫୨ଟି ବିଟ୍ରେ ୨୫୦ରୁ ଅଧିକ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |