ବିଜୟନଗରମ ,୩୦।୧୦:ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି ସରିବା ପରେ ଗଡ଼ିଲା ଟ୍ରେନ୍। ଅପ୍ ଲାଇନ୍ରେ ଟ୍ରାଏଲ୍ ରନ୍ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍। ମରାମତି ପରେ ଅର୍ଥାତ ଅପରାହ୍ନ ୨ଟା ୩୬ ମିନିଟ୍ରେ ଚାଲିଲା ପ୍ରଶାନ୍ତି ଏକ୍ସପ୍ରେସ୍। ଏକ୍ସପ୍ରେସ ଟ୍ରେନ ଚାଲିବା ନେଇ ରେଲୱେ ସୂଚନା ଦେଇଛି।ଆନ୍ଧ୍ରପ୍ରଦେଶର ବିଜୟନଗରମରେ ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ଘଟିଥିବା ରେଳ ଦୁର୍ଘଟଣା ପରେ ସରିଲା ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ମରାମତି କାମ। ବର୍ତ୍ତମାନ ଅପ ଲାଇନ ଓ ଡାଉନ ଲାଇନ ଫିଟ ହୋଇଯାଇଛି । ଟ୍ରାକ୍ ମରାମତି ପରେ ମାଲବାହୀ ଟ୍ରେନ ଡାଉନ ଲାଇନରେ ଏବଂ ପାସେଞ୍ଜର ଟ୍ରେନ ଭାବେ ପ୍ରଶାନ୍ତି ଏକ୍ସପ୍ରେସ ଅପ ଲାଇନରେ ଯାଇଛି । OHE ଫିଟନେସ ଏବଂ ଟ୍ରାକ ଫିଟନେସ ମିଳିବା ପରେ ଏହି ଟ୍ରେନ ଗଡ଼ିଛି । ସେହି ଟ୍ରାକରେ ବର୍ତ୍ତମାନ ସ୍ପୀଡ଼ ରେଷ୍ଟ୍ରିକ୍ସନ ମଧ୍ୟରେ ଟ୍ରେନ ଯାତାୟାତ କରୁଛି । ପୁରା ରିଷ୍ଟୋର ହେବା ପରେ ସ୍ପୀଡ଼ ରେଷ୍ଟ୍ରିକ୍ସନ ହଟିବ ବୋଲି କୁହାଯାଇଛି।ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର। ଦୁର୍ଘଟଣା ପରେ ପଲାସା ପାସେଞ୍ଜର କିଛି ବଗି ଅନ୍ୟ ଟ୍ରାକ୍ରେ ପଡ଼ିଥିଲେ। ସେହି ଟ୍ରାକ୍ରେ ଆସୁଥିବା ମାଲ୍ବାହୀ ଟ୍ରେନ୍ ପାଲାସା ପାସେଞ୍ଜ ବଗିକୁ ଧକ୍କା ଦେଇଥିଲେ। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ମରାମତି କାମ ଚାଲିଛି। ଟ୍ରାକ୍ ଉପରେ ପଡ଼ିଥିବା ବଗି ଗୁଡ଼ିକୁ ହଟା ଯାଉଛି। ଏଥିସହ ଟ୍ରାକ୍ ମରାମତି ଓ ବଦ୍ୟୁତ୍ କନେକସନ୍ ଦିଆଯାଉଛି। ମରାମତି କାମରେ ୯୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅପରାହ୍ଣ ଅପରାହ୍ନ ୨ଟା ୩୬ ୪ଟାରେ ଟ୍ରାକ୍ ମରାମତି କାମ ସରିଲା। ଟ୍ରାକ୍ ମରାମତି ପରେ ପ୍ରଥମେ ଟ୍ରାଏଲ୍ ହେଲା। ତା’ପରେ ପ୍ରଶାନ୍ତି ଏକ୍ସପ୍ରେସ ଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |