ଭୁବନେଶ୍ୱର,୩୦।୧୦: ନ୍ୟାସ୍ନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ଅନୁଦାନ ଆୟୋଗର ନେଟ୍ ଡିସେମ୍ବର ୨୦୨୩ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନ ଅବଧି ୨୮ତାରିଖ ପର୍ଯ୍ୟନ୍ତ ଥିବା ବେଳେ ତାହା ୩୧ତାରିଖକୁ ବୃଦ୍ଧି କରାଯାଇଥିବା ନେଇ ଏନ୍ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆବେଦନ କରିବା ସହିତ ପରୀକ୍ଷା ଫି’ ଦାଖଲ କରିବାକୁ ହେବ। ଆବେଦନ ଫର୍ମରେ ପରିବର୍ତ୍ତନ କରିବା ପାଇଁ ନଭେମ୍ବର ପହିଲାରୁ ୩ ତାରିଖ ମଧ୍ୟରେ ଆବେଦନ କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |