ମନୀଷ ସିସୋଦିଆଙ୍କୁ ଝଟ୍‌କା, ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୩୦।୧୦: ଦିଲ୍ଲୀ ମଦ ଘୋଟାଲା ମାମଲାରେ ଜେଲ୍‌ରେ ସଜା କାଟୁଥିବା ମନୀଷ ସିସୋଦିଆଙ୍କୁ ପୁଣି ଥରେ କୋର୍ଟ ପକ୍ଷରୁ ଜୋରଦାର ଝଟକା ଲାଗିଛି । ସୁପ୍ରିମକୋର୍ଟ ତାଙ୍କ ଜମାନତ ଆବେଦନ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟର ଦୁଇ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ପୀଠ ସିବିଆଇ ଓ ଇଡି ଜରିଆରେ ସିସୋଦିଆଙ୍କ ବିରୁଦ୍ଧରେ ଯାଞ୍ଚ କରାଯାଉଥିବା ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି ।ସୁପ୍ରିମକୋର୍ଟ ଗତ ମଙ୍ଗଳବାର ତଥା ଅକ୍ଟୋବର ୧୭ ତାରିଖରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଜଷ୍ଟିସ ସଞ୍ଜିବ ଖନ୍ନା ଓ ଏସ୍‌ ବିଏଲ୍‌ ଭଟ୍ଟିଙ୍କ ଦୁଇ ଜଣିଆ ଖଣ୍ଡପୀଠ ନିଜ ରାୟ ଶୁଣାଇଛନ୍ତି। ସିବିଆଇ ଓ ଇଡି ଉଭୟଙ୍କ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି। ଏଥିସହ ୬ରୁ ୮ ମାସ ଭିତରେ ଟ୍ରାଏଲ୍‌ ପୂରା କରିବା ପାଇଁ ତନ୍ତକାରୀ ସଂସ୍ଥାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏଥିରେ ବିଳମ୍ବ ହୁଏ ତେବେ ସିସୋଦିଆ ପୁଣି ଥରେ ଜାମିନ ଆବେଦନ କରିପାରନ୍ତି ବୋଲି କୋର୍ଟ କହିଛନ୍ତି।ତେବେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ କରିବା ସମୟରେ କୋର୍ଟ କହିଛନ୍ତି ଏବେ ଟ୍ରାଏଲ୍ ଆରମ୍ଭ ହେବାକୁ ଦିଅନ୍ତୁ । ଏହାର ୩ ମାସ ପରେ ନୂଆ ଆବେଦନ ଦାଖଲ କରାଯାଇପାରିବ । ଏଠାରେ ସୂଚାଇ ଦିଆଯାଇପାରେ କି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ ମଦ ଘୋଟାଲା ମାମଲାରେ ଗତ ଫେବୃୟାରୀରୁ ଜେଲ୍‌ରେ ରହି ଆସୁଛନ୍ତି । ସୁପ୍ରିମକୋର୍ଟ ଏହାପୂର୍ବରୁ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ନିଷ୍ପତ୍ତିକୁ ସଂରକ୍ଷିିତ ରଖିଥିଲେ କିନ୍ତୁ ଆଜି ଏହି ଜାମିନ ଆବେଦନ ଖାରଜ କରି ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!