ନୂଆପଡ଼ାରେ ବାଘ ଆତଙ୍କ

ନୂଆପଡା,୩୧।୧୦ : ନୂଆପଡା ସୁନାବେଡା ଅଭୟାରଣ୍ୟରେ ମାତିଛି ମଣିଷଖିଆ କଳରାପତରିଆ ବାଘ। ଗତକାଲି ସନ୍ଧ୍ୟାରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୋଧସ ନିକଟରେ ଥିବା ଏକ ଜନବସତିରେ ୮ ବର୍ଷର ଶିଶୁଙ୍କୁ ଝାମ୍ପିନେଇଥିଲା ବାଘ। କାଲିର ସେହି ଅଭାବନୀୟ ଘଟଣା ପାଇଁ ଲୋକ ଆତଙ୍କ ଭିତରେ ଥିବା ବେଳେ ଗତକାଲି ରାତିରେ ସେହି ଗାଁରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗାଈକୁ ମାରି ଖାଇଛି ବାଘ। ନୂଆପଡ଼ା ଧରମବନ୍ଧା ଅଞ୍ଚଳରେ ମାତିଛି ବାଘ । ଶିଶୁପୁତ୍ରକୁ ଶିକାର ପରେ ପୁଣି ଏକ ଗାଈକୁ ମାରିଲା ବାଘ । ଗୁହାଳରେ ପଶି ଏକ ବାଘ ଆକ୍ରମଣରେ ଗାଈର ମୃତ୍ୟୁ ହୋଇଚି । ଗତକାଲି ଘର ଅଗଣାରୁ 7 ବର୍ଷର ଶିଶୁପୁତ୍ରକୁ ଝାମ୍ପି ନେଇଥିଲା କଲରା ପତରିଆ ବାଘ । ମୃତକ ହୁମନ୍ ମାଝିଙ୍କ ପୁଅ ଡମ୍ବରୁ ମାଝି । ବାଘ ମୁହଁରୁ ଛୁଆଟିକୁ ଉଦ୍ଧାର କରିଥିଲେ ପରିବାର ଲୋକେ ଓ ଗ୍ରାମବାସୀ ।ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । କଟିଙ୍ଗପାଣି ଗୋଧସପଡ଼ା ଗାଁରେ ବାଘକୁ ନେଇ ଭୟର ବାତାବରଣ ଖେଳିଯାଇଛି । ଖବର ପାଇ ବନବିଭାଗ ଅଧିକାରୀ ପହଞ୍ଚି ତଲାସି ଜାରି ରଖିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!