ସର୍ଦ୍ଦାର ପଟେଲ ଜୟନ୍ତୀ,ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୩୧।୧୦ : ଆଜି ରାଷ୍ଟ୍ରୀୟ ଏକତା ଦିବସ। ମହାନ ରାଷ୍ଟ୍ରନୀତିଜ୍ଞ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ। ଏହି ଅବସରରେ ତାଙ୍କୁ କୃତଜ୍ଞ ରାଷ୍ଟ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନ। ମଙ୍ଗଳବାର ସକାଳେ ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଗୁଜରାଟର କେଭାଡିଆରେ ରାଷ୍ଟ୍ରୀୟ ଏକତା ଦିବସ କାର୍ୟ୍ୟକ୍ରମରେ ଯୋଗଦେବା ସହ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଞ୍ଚି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଠାରେ ସେ ଦେଶର ପ୍ରଥମ ଗୃହମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଏକତା ନାଗରରେ ଏକତ୍ରିତ ହୋଇଥିବା ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଦେଶ ବ୍ୟାପୀ ‘ରନ୍ ଫର ୟୁନିଟି ବା ଏକତାର ଦୌଡ’ଅନୁଷ୍ଠିତ ହେଉଛି ।ଦେଶର ପ୍ରଥମ କେନ୍ଦ୍ର ଗୃହମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦେଶ ସ୍ୱାଧୀନ ହେବା ପରେ ଗଡ଼ଜାତ ମିଶ୍ରଣରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା। ତାଙ୍କରି ଉଦ୍ୟମ ଯୋଗୁଁ ହଁ ଗଡ଼ଜାତ ମିଶ୍ରଣ ସମ୍ଭବ ହୋଇପାରିଥିଲା। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର କେଭାଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଏହି ଅବସରରେ ମୋଦି କହିଛନ୍ତି, ଜାତୀୟ ଏକତା ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କୁ ମାର୍ଗଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀରେ ଆମେ ତାଙ୍କର ଅଦମ୍ୟ ଭାବନା, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଅସାଧାରଣ ନିଷ୍ଠାକୁ ମନେ ରଖିଛୁ ଯାହା ସହିତ ସେ ଆମ ଦେଶର ଭାଗ୍ୟ ଗଠନ କରିଥିଲେ। ଜାତୀୟ ଏକତା ପ୍ରତି ତାଙ୍କର ପ୍ରତିବଦ୍ଧତା ଆଜି ବି ଆମକୁ ମାର୍ଗଦର୍ଶନ କରେ। ଆମେ ତାଙ୍କ ପାଖରେ ସର୍ବଦା ଋଣି ରହିବୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!