IPS ସ୍ତରରେ ଅଦଳ ବଦଳ

 ଭୁବନେଶ୍ବର,୩୧।୧୦: ଆଇପିଏସ୍‌ ସ୍ତରରେ ମଙ୍ଗଳବାର ଅଦଳବଳ ହୋଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାର  ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅରୁଣ କୁମାର ରାୟଙ୍କୁ କଟକସ୍ଥିତ ସରକାରୀ ପ୍ରେସ୍‌ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ୧୯୮୯ ବ୍ୟାଚ୍‌ର ପୁଲିସ ଅଧିକାରୀ ଅମୃତ ମୋହନ ପ୍ରସାଦଙ୍କୁ ଏଚ୍‌ଆରପିସି ଡିଜିରୁ ବଦଳି କରାଯାଇ ଜେଲ ବିଭାଗ ଡିଜି ଭାବେ ଅବସ୍ଥାପିତ କରାଯାଇଛି।IPS ସ୍ତରରେ ଆଜି ଏକ ଛୋଟ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗରେ ଓଏସ୍‌ଡି ଥିବା ୧୯୮୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅରୁଣ ରାୟଙ୍କୁ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।ସ୍ୱତନ୍ତ୍ର ଡିଜିପି, ଏଚ୍‌ଆର୍‌ପିସି (ମାନବାଧିକାର ସୁରକ୍ଷା ସେଲ୍‌) ଭାବେ କାର୍ଯ୍ୟ କରୁଥିବା ୧୯୮୯ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ଡିଜି ଭାବେ ବଦଳି କରାଯାଇଛି। ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ କୁମାର ଛାବ୍ରା ଆଜି ଅବସର ନେବା ପରେ ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ଡିଜି ଭାବେ ବଦଳି କରାଯାଇଛି। ଏହା ସହିତ ଅମୃତ ମୋହନ ପ୍ରସାଦଙ୍କୁ କରେନ୍ସନାଲ ସର୍ଭିସେସ୍ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଥିବା ୧୯୯୨ ବ୍ୟାଚ୍‌ର ଆଇପିଏସ୍ ଅଫିସର ଲଳିତ ଦାସଙ୍କୁ ଅତିରିକ୍ତ ଡିଜିପି, ଏଚ୍‌ଆର୍‌ପିସି (ମାନବାଧିକାର ସୁରକ୍ଷା ସେଲ୍‌) ଭାବେ ବଦଳି କରାଯାଇଛି।ଭୁବନେଶ୍ୱର–କଟକ କମିଶନରେଟ୍ ପୁଲିସ୍‌ରେ ଅତିରିକ୍ତ ପୁଲିସ୍ କମିଶନର ଥିବା ୨୦୦୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ଉମାଶଙ୍କର ଦାଶଙ୍କୁ ରାଜ୍ୟ ଗୁଇନ୍ଦା ଶାଖା (ଏସ୍‌ଆଇଡବ୍ଲ୍ୟୁ)ର ଡିଆଇଜି ଭାବେ ବଦଳି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!