ବାଣ ତିଆରି ବେଳେ ବିସ୍ଫୋରଣ

ଖୋର୍ଦ୍ଧା ,୩୧।୧୦:ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଜଇନାବାଦରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି।ଭାର୍ଗବୀ ନଦୀ ପଠାରେ ଥିବା ଏକ ଘରେ ବେଆଇନ ଭାବେ ବାଣ ତିଆରି ହେଉଥିବା ବେଳେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ଲକ୍ଷାଧିକ ଟଙ୍କାର ବାଣ ପାଉଁଶ ହୋଇଯାଇଥିବା କୁହାଯାଉଛି।ବାଣ ତିଆରି ବେଳେ ବିସ୍ଫୋରଣ। ବାଲିପାଟଣା ଜଇନାବାଦ ଗାଁରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏଥିରେ ଜଣେ ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ସୂଚନା ରହିଛି । ଏହାର ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଯାଉଥିବା ସୂଚନା ରହିଛି । ଅନ୍ୟପଟେ ଗୁରୁତର ଓ ଆହତଙ୍କୁ ଚିକିତ୍ସା ଲାଗି ମେଡିକାଲକୁ ପଠାଯାଇଥିବା ଜଣାପଡିଛି ।ବାଲିପାଟଣା ଜଇନାବାଦ ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଥିଲା । ହଠାତ ବାଣ ଫୁଟିବାରୁ ସ୍ଥାନୀୟ ଲୋକେ କିଛି ବୁଝି ପାରିନଥିଲେ ଓ ଏହା ପରେ ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇଯାଇଥିଲେ । ଏହା ପରେ ବିସ୍ଫୋରଣ ହେଉଥିବା ଦେଖି ସ୍ଥାନୀୟ ଲୋକେ ଗାଁ ଛାଡି ଦୌଡିବାକୁ ଲାଗିଥିଲେ । ଏହି ସମୟରେ ଗାଁ’ର କିଛି ଯୁବକ ବିସ୍ଫୋରଣର ଦୃଶ୍ୟକୁ ମଧ୍ୟ ନିଜ କ୍ୟାମେରାରେ କଏଦ କରିଥିବା ଦେଖିବାକୁ ମିଳିଛି ।ତେବେ ଦୀପାବଳି ପାଖେଇ ଆସୁଥିବା ବେଳେ ଜୋରସୋରରେ ଚାଲିଛି ବାଣ ଭିଡା କାର୍ୟ୍ୟ । କେତେକ ସ୍ଥାନରେ ବେଆଇନ ବାଣ ପ୍ରସ୍ତୁତ ହେଇଥିବା ବେଳେ କେତେକ ସ୍ଥାନରେ ବେଆଇନ ବାଣ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ସେହିପରି ଅନେକ ସ୍ଥାନରେ ଏଭଳି ବାରମ୍ଵାର ବିସ୍ଫୋରଣ ଘଟୁଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି । ତେବେ ଏଭଳି ପରିସ୍ଥିତିରେ ପୋଲିସ ଏହାକୁ ନେଇ କେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛି ସେନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଣ ତିଆରି ବେଳେ ବାଣୁଆ ମାନେ ସୁରକ୍ଷାର ସହ ସତର୍କତା ଅବଲମ୍ବନ କରୁଛନ୍ତି କି ନାହିଁ ସେନେଇ ଯାଞ୍ଚ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!