ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ:‘ହାଉତି’ମାନେ ଇସ୍ରାଏଲ୍‌ ବିପକ୍ଷରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ଼

ଜେରୁଜେଲମ,୧।୧୧:ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ସେ ଏବେ ରକ୍ତମୁଖା ହୋଇପଡିଛି। ଗାଜା ଷ୍ଟ୍ରିପ୍‌ରେ ଥିବା ହମାସ ଆତଙ୍କବାଦୀଙ୍କ ଠିକଣାକୁ ଟାର୍ଗେଟ କରି ଇସ୍ରାଏଲ ଘନ ଘନ ରକେଟ ମାଡ଼ କରୁଛି। କେବଳ ସେତିକି ନୁହେଁ ଗ୍ରାଉଣ୍ଡ ଆଟାକ୍‌ ମଧ୍ୟ ଆରମ୍ଭ କରି ଦେଇଛି ଇସ୍ରାଏଲ। ଏହାର ଭିତରେ ଏବେ ଏହି ଯୁଦ୍ଧକୁ ଡେଇଁଛି ୟେମେନ।ଯୁଦ୍ଧକ୍ଷେତ୍ରଠାରୁ ୧୦୦୦ରୁ ଅଧିକ ମାଇଲ୍‌ ଦୂରରେ ଥିବା ‘ହାଉତି’ମାନେ ଇସ୍ରାଏଲ୍‌ ବିପକ୍ଷରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ ଯାହା ଆଞ୍ଚଳିକ ସଂଘର୍ଷ ହେବାର ଆଶଙ୍କା ବୃଦ୍ଧି କରିଛି।ୟେମେନର ହାଉତି ବିଦ୍ରୋହୀମାନେ ଇସ୍ରାଏଲ ବିରୋଧରେ ମଙ୍ଗଳବାର ଯୁଦ୍ଧ ଘୋଷଣା କରିଛନ୍ତି। ଯୁଦ୍ଧକ୍ଷେତ୍ରଠାରୁ ୧୦୦୦ରୁ ଅଧିକ ମାଇଲ୍‌ ଦୂରରେ ଥିବା ‘ହାଉତି’ମାନେ ଇସ୍ରାଏଲ୍‌ ବିପକ୍ଷରେ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ କରିଛନ୍ତି। ଫଳରେ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହାଉତି ସରକାରରେ ପ୍ରଧାନମନ୍ତ୍ରୀ ଥିବା ଅବଦେଲ ଅଜିଜ ବିନ୍‌ ହବତୁର କହିଛନ୍ତି, ଆମେ ଆମ ଲୋକଙ୍କୁ ଗାଜାରେ ମରିବାକୁ ଛାଡି ପାରିବୁ ନାହିଁ। ଯଦି ଗାଜାରେ ଅସ୍ତ୍ରବିରତି ଉଲ୍ଲଂଘନ ନ ଥମେ ତେବେ ଇସ୍ରାଏଲ ଉପରେ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କରାଯିବ ବୋଲି ହାଉତି ବିଦ୍ରୋହୀମାନେ ଧମକ ଦେଇଛନ୍ତି। ଇରାନ୍‌ ସହାୟତାପ୍ରାପ୍ତ ‘ଏକ୍ସିସ୍‌ ଅଫ୍‌ ରେଜିଷ୍ଟାନ୍ସ’ର ‘ହାଉତି’ ମାନେ ଅକ୍ଟୋବର ୭ ତାରିଖରୁ ପାଲେଷ୍ଟାଇନ୍‌କୁ ସମର୍ଥନ କରିଆସୁଛନ୍ତି। ‘ହାଉତି’ ସେନା ମୁଖପାତ୍ର ୟାହା ସାରୀ ନିଜ ବୟାନରେ କହିଛନ୍ତି, ତାଙ୍କ ସଙ୍ଗଠନ ଇସ୍ରାଏଲ୍‌ ଆଡ଼କୁ ବହୁସଂଖ୍ୟକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ପାଲେଷ୍ଟିନୀୟଙ୍କୁ ବଜୟୀ କରାଇବାରେ ସାହାଯ୍ୟ କରିବା ଲାଗି ଏଭଳି ଆକ୍ରମଣ ବାରମ୍ବାର କରାଯିବ ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!